ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ନୁସରତ ଭରୁଚା ଏପର୍ଯ୍ୟନ୍ତ କେବଳ ରୋମାଣ୍ଟିକ, କମେଡି ଫିଲ୍ମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଛନ୍ତି। ଆଗାମୀ ଦିନରେ କିନ୍ତୁ ସେ ଏକ ହରର୍‌ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବାକୁ ଆସିବେ। ଲକଡାଉନ ଭିତରେ ନୁସରତଙ୍କୁ ଏହି ହରର୍‌ ଫିଲ୍ମ ପ୍ରୋଜେକ୍ଟ ମିଳିଛି। ସୋସିଆଲ ମିଡିଆରେ ନୁସରତ ତାଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ନୁରସରତଙ୍କ ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

ତେବେ ଏହି ଫିଲ୍ମଟି ୨୦୧୭ରେ ରିଲିଜ ହୋଇଥିବା ସୁପରହିଟ୍‌ ମରାଠୀ ଫିଲ୍ମ ‘ଲାପାଛପୀ’ର ରିମେକ ବୋଲି ଜଣାପଡ଼ିଛି। ଏଥିରେ ନୁସରତ ମୁଖ୍ୟ ଚରିତ୍ରରେ ନଜର ଆସିବେ।

ବିଶାଳ କପୁର ଏହି ଫିଲ୍ମର ସ୍କ୍ରିଟ ଲେଖୁଥିଲା ବେଳେ ବିଶାଲ ଫୁରିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଅରିଜିନାଲ ଫିଲ୍ମରେ ‘ଲାପାଛପୀ’ରେ ମଧ୍ୟ ଏହି ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଅଭିନେତ୍ରୀ ନୁସରତଙ୍କୁ ଶେଷଥର ପାଇଁ ଅଭିନେତା ଆୟୁଷ୍ମାନଙ୍କ ସହିତ ଡ୍ରିମ୍‌ ଗାର୍ଲରେ ଦେଖିବାକୁ ମିଳିଥିଲା।

Comment