ଓଡ଼ିଶାଲାଇଭ୍ ବ୍ୟୁରୋ

ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସ ପାଇଁ ଛାଡ଼ ହେଲା ରୋଡ୍ ଟ୍ୟାକ୍ସ। ଏପ୍ରିଲ, ମେ, ଜୁନ୍ ମାସ ପାଇଁ ଗାଡ଼ିମାଲିକଙ୍କୁ ଆଉ ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଏନେଇ ରାଜ୍ୟ ପରିବହନ ବିଭାଗ ଘୋଷଣା କରିଛି।

ଲକଡାଉନ୍ ଥିବା ଭିତରେ ରାଜ୍ୟ ସରକାର ଘରୋଇ ବସ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଘରୋଇ ବସ୍ ମାଲିକ ସଂଘ ଏଥିପାଇଁ ରାଜ୍ୟ ସରକାରଙ୍କ ପାଖରେ କେତେକ ଦାବି ରଖିଥିଲା। ଯେଉଁଥିରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ କୁହାଯାଇଥିଲା।

ରୋଡ୍ ଟ୍ୟାକ୍ସ ଛାଡ଼ ନକଲେ ବର୍ତ୍ତମାନର ପରିସ୍ଥିତିରେ ଗାଡ଼ି ଚଲାଇବା ସମ୍ଭବପର ନୁହେଁ ବୋଲି ବସ୍ ମାଲିକ ସଂଘ କହିଥିଲା। ଏହାପରେ ଶୁକ୍ରବାର ରାଜ୍ୟ ପରିବହନ ସଂଘ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ରୋଡ୍ ଟ୍ୟାକ୍ସ ଛାଡ଼ କରିଛି।

Comment