ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପାଖାପାଖି ୧୮ ହଜାର ରୋଗୀ ଓ ୪୦୦ରୁ ଅଧିକ ମୃତ୍ୟୁ ସହିତ ଦିଲ୍ଲୀ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଦିଲ୍ଲୀ ଏବେ ସମସ୍ତଙ୍କୁ ଡ଼ରାଉଛି। ଏହି କାରଣରୁ ପଡ଼ୋଶୀ ରାଜ୍ୟମାନେ କବାଟ ବନ୍ଦ କରି ଦେଉଛନ୍ତି।

ହରିୟାଣା ଓ ଉତ୍ତର ପ୍ରଦେଶର ସମସ୍ତ ସୀମାକୁ ସିଲ କରିଦିଆଯାଇଛି। ଏହି ଦୁଇ ରାଜ୍ୟର ଭୟ ହେଉଛି ଯଦି ବର୍ଡର ବନ୍ଦ କରାନଯାଏ ତେବେ ନୋଏଡା, ଗାଜିଆବାଦ, ଫରିଦାବାଦ ଓ ଗୁରଗାଓଁରେ କରୋନା ତାଣ୍ଡବଲୀଳା କରିବ।ଶୁକ୍ରବାର ଦିନ ସୀମା ସିଲହେବା ପରେ ଦିଲ୍ଲୀ -ଏନସିଆରରେ କାମ କରୁଥିବା ଲୋକଙ୍କ ବାର ବାଜିଯାଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ନୋଏଡା,ବାଦରପୁର,ଗୁରୁଗ୍ରାମ ଓ ଗାଜିଆବାଦରେ ଆଜି ସକାଳେ ଗାଡ଼ି ମଟରର ଭୀଷଣ ଭିଡ଼ ପରିଲକ୍ଷିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ଚାରି ସୀମା ନଡେଇଁଲେ ଜଣେ ଦିଲ୍ଲୀରୁ ବାହାରକୁ ଯାଇପାରିବ ନାହିଁ କି ଦିଲ୍ଲୀ ଭିତକୁ ପ୍ରବେଶ କରିପାରିବ ନାହିଁ।

Comment