ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଶନିବାର ରାଜ୍ୟରେ ଆଉ ୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହ ପାର୍ କରିଛି।

ଶନିବାର ଚିହ୍ନଟ ହୋଇଥିବା ୯୬ ଜଣ ଆକ୍ରାନ୍ତ ସମସ୍ତେ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆକରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରୁ ୧୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ସହିତ ଗଞ୍ଜାମରୁ ୬, ଯାଜପୁରରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକରୁ ୭, କଟକରୁ ୬, ପୁରୀରୁ ୧, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୬, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୭, ଦେବଗଡ଼ରୁ ୪, କେନ୍ଦୁଝରରୁ ୧, କଳାହାଣ୍ଡିରୁ ୫, ନୂଆପଡ଼ା ଓ ଢେଙ୍କାନାଳରୁ ୨ ଜଣ ପଜିଟିଭ୍ ଚିହ୍ନଟ ହେଇଛନ୍ତି।

ରାଜ୍ୟରେ ଏହାକୁ ମିଶାଇ ପଜିଟିଭ୍ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟରେ ୮୩୩ ଜଣ ଲୋକ ସକ୍ରିୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment