ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଭେଟେରାନ ଅଭିନେତା ପରେଶ ରାଓ୍ୱଲ ଆଜି ତାଙ୍କର ୬୫ତମ ଜନ୍ମଦିନ ପାଳୁଛନ୍ତି। ୧୯୫୫, ମେ’ ୩୦ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଏହି ଅଭିନେତା।

ବଲିଉଡ ଭେଟେରାନ ଅଭିନେତା ପରେଶ ରାୱଲ। ଫିଲ୍ମରେ ଦୁନିଆରେ ପାଦ ଦେବା ପରେ ପ୍ରାୟ ସବୁ ପ୍ରକାର ଭୂମିକା ସେ କରିଛନ୍ତି। ଖଳନାୟକ ହେଉ ବା କମେଡି ରୋଲ ସବୁଥିରେ ସେ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି। ଏମିତିକି ଅନେକ ଫିଲ୍ମରେ ସର୍ପୋଟିଙ୍ଗ୍‌ ରୋଲ୍‌ରେ ବି ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି।

ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ପରେଶ ଜଣେ ସାଧାରଣ ପରିବାରର ଥିଲେ। ତାଙ୍କ ପରିବାର ଲୋକ ତାଙ୍କ କ୍ୟାରିୟର ପାଇଁ କୌଣସି ଚାପ ପକାଇନଥିଲେ। ପରେଶ ରାୱଲଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ ସେ କେବେ କୌଣସି ଆକ୍ଟିଂ ସ୍କୁଲ ଯାଇ ନାହାନ୍ତି। ବଡ଼ ବଡ଼ କଳାକାରଙ୍କୁ ଅନୁକରଣ ସେ କରି ଅଭିନୟ ଶିଖିଛନ୍ତି।

ଅଭିନେତା ନାସିରଉଦ୍ଦିନ ଶାହଙ୍କ ବଡ଼ ପ୍ରଶଂସକ ହେଉଛନ୍ତି ପରେଶ। କମେଡି ଫିଲ୍ମ ହେରାଫେରିରେ ବାବୁ ଭାଇ ଚରିତ୍ରରେ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ଅଭିନେତା ଅକ୍ଷୟ କୁମାର ଓ ସୁନିଲ ସେଟ୍ଟୀଙ୍କୁ ଦେଖିବାକୁ ମିଳିଥିଲା।

ପରେଶଙ୍କ ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, ଅନ୍ଦାଜ ଅପନା ଅପନା, ହେରା ଫେରି, ହଙ୍ଗାମା, ଗୋଲମାଲ, ରେଡ୍ଡି, ହିମତଓ୍ୱାଲା,

Comment