ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷକରେ ୬ ମାସ ଖୋଲା ରହେ, ୬ ମାସ ବନ୍ଦ ରହେ ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିର। ଜାଣନ୍ତୁ ଏହା ପଛର କାରଣ…

ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳ ହେଉଛି କେଦାରନାଥ। ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ଏହି ମନ୍ଦିର ରହିଛି। ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଏହାକୁ ବିବେଚନା କରାଯାଏ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜମାନ।

ବିଶ୍ୱାସ ରହିଛି ଯେ ଏଠାରେ ଭଗବାନଙ୍କ ଦର୍ଶନ କଲେ ସବୁ ଦୁଃଖରୁ ମୁକ୍ତି ମିଳେ। ହେଲେ ଏହି ମନ୍ଦିର ସବୁଦିନ ଖୋଲା ନଥାଏ। ବର୍ଷକରେ ୬ ମାସ ଏହି ମନ୍ଦିର ଖୋଲା ରହୁଥିବା ବେଳେ ୬ ମାସ ବନ୍ଦ ରହେ। ତେବେ ଏବେ ମନରେ ପ୍ରଶ୍ନ ଆସେ ଯେ କାହିଁକି ଏହି ମନ୍ଦିର ୬ ମାସ ବନ୍ଦ ରହେ?

କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ। ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ। ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ । ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥଙ୍କର ଦର୍ଶନ ମିଳେ। ସାଧାରଣତଃ ଅକ୍ଷୟ ତୃତୀୟ ଅବସରରେ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ବନ୍ଦକରାଯାଏ।

ସବୁଠୁ ଆଶ୍ଚର୍ଯ୍ୟର କଥା ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗଙ୍କ ସମ୍ମୁଖରେ ଦୀପ ଜଳା ଯାଇ ମନ୍ଦିର ବନ୍ଦ କରାଯାଏ। ଛଅମାସ ପରେ ମନ୍ଦିର ଖୋଲାହେବା ପର୍ଯ୍ୟନ୍ତ ଏହି ଦୀପ ଜଳିଥାଏ।

Comment