ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜି ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। କ୍ରିଷ୍ଣା ସବୁବେଳେ ତାଙ୍କ କମେଡି ଅନ୍ଦାଜରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥାନ୍ତି। ତାଙ୍କ ନାଁ ଦେଶର ଜଣାଶୁଣା ହାସ୍ୟ ଅଭିନେତାଙ୍କ ତାଲିକାରେ ରହିଛି। ସେ କମେଡି ସୋ’ରେ କାମ କରିବା ସହିତ ‘ବୋଲ ବଚ୍ଚନ’ ଭଳି ଏଣ୍ଟରଟେନିଙ୍ଗ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ସହ କମେଡି ସର୍କସରେ କାମ କରୁଥିବା ଭାରତୀ ସିଂ ତାଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଭାରତୀ ଥ୍ରୋବ୍ୟାକ୍ ଫଟୋ କରି ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି।

କ୍ରିଷ୍ଣା ଓ ଭାରତୀ ବର୍ତ୍ତମାନ ଦି କପିଲ ଶର୍ମା ସୋ’ରେ କାମ କରୁଛନ୍ତି। ଦୁହେଁ ଏକ କମେଡି ସୋ ‘ବିଟୁ ଅର୍‌ ବକ୍‌ବକ୍‌ରେ ନଜର ଆସିଥାନ୍ତି। ଏହି ସୋ’ରେ ଭାରତୀ ଜଣେ ବଦମାସ ଛାତ୍ର ଚରିତ୍ରରେ ଅଭିନୟ କରନ୍ତି।

Comment