ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଚାଲିଥିଲା ହାଇପ୍ରୋଫାଇଲ ଜୁଆ ଆଡ୍ଡା। ଆଇଆରସି ଭିଲେଜ ଭିଆଇପି କଲୋନୀର ଏ ହୋଟେଲରୁ ଏହି ଜୁଆ ଆଡ୍ଡା ଠାବ କରିଛି ପୋଲିସ। ଶୁକ୍ରବାର ବିଳମ୍ଵିତ ରାତିରେ ପୋଲିସ ଚଢ଼ାଉ କରି ୧ ଲକ୍ଷ ୫୦ ହଜାର ଟଙ୍କା, ୩ଟି କାର୍‌ ଜବତ କରିବା ସହ ୯ ଜଣଙ୍କୁ ଗିରଫ କରିଛି।

ବିଳାସପୂର୍ଣ୍ଣ ଶୈଳୀରେ ଏଠାରେ ଚାଲିଥିଲା ହାଇପ୍ରୋଫାଇଲ ଜୁଆ ଆଡ୍ଡା। ହୋଟେଲର ଏକ ରୁମ୍‌ରେ ଚାଲିଥିଲା ଏହି ଖେଳ। ମଦ, ମାସଂର ଆସର ମଧ୍ୟ ଚାଲିଥିଲା। ହୋଟେଲ ତରଫରୁ ସମସ୍ତ ସୁବିଧା ମଧ୍ୟ ଯୋଗା ଯାଉଥିଲା।

କୌଣସି ସୁତ୍ରରୁ ଖବର ପାଇ ପୋଲିସ ବିଳମ୍ଵିତ ରାତିରେ ହୋଟେଲରେ ରେଡ୍‌ କରିଥିଲା। ଗିରଫ ହୋଇଥିବା ଅଧିକାଶଂ ଅଭିଯୁକ୍ତ ବ୍ୟବସାୟୀ ଓ ଠିକାଦାର ବୋଲି ଜଣାପଡ଼ିଛି।

Comment