ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ୮ ତାରିଖରୁ ସାରା ଦେଶରେ ଧାର୍ମିକ ସ୍ଥଳ, ରେଷ୍ଟୁରାଣ୍ଟ ଓ ସପିଂ ମଲ ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ୩ଟି ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନ୍‌ରେ ଧିରେ ଧିରେ ସବୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ତେବେ ପ୍ରଥମ ପର୍ଯ୍ୟାୟରେ ସାଧାରଣ ଲୋକଙ୍କ ପାଇଁ ଧାର୍ମିକ ସ୍ଥଳ ଖୋଲାଯିବ। ଏହାସହ ରେଷ୍ଟୁରାଣ୍ଟ, ହୋଟେଲ ଓ ସପିଂ ମଲ୍‌ ମଧ୍ୟ ଖୋଲାଯିବ। ଏନେଇ କେନ୍ଦ୍ର ସରକାର ଏସ୍‌ଓପି ଜାରି କରିବେ।

କେନ୍ଦ୍ର ସରକାର ଆଜି କଣ୍ଟେନମେଣ୍ଟ ଜୋନରେ ଜୁନ୍‌ ୩୦ ତାରିଖ ଯାଏଁ ଲକ୍‌ଡାଉନ୍‌ ବଢ଼ାଇଛନ୍ତି। ସେହିପରି ରାତି ୯ଟାରୁ ସକାଳ ୫ଟା ଯାଏଁ ଦେଶରେ ନାଇଟ କର୍ଫ୍ୟୁ ରହିବ। ପର୍ଯ୍ୟାୟକ୍ରମେ ଧିରେ ଧିରେ କନଣ୍ଟେନମେଣ୍ଟ ଜୋନ ବାହାରେ ସବୁ ଖୋଲିବ ବୋଲି ଗାଇଡଲାଇନରେ କୁହାଯାଇଛି।

Comment