ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୭୬ ଜଣ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧୧୨୬କୁ ବୃଦ୍ଧି ପାଇଛି।

ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ୧୭ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ ବୋଲି କୁହାଯାଇଛି। ଏଥିସହ ଗଞ୍ଜାମରୁ ୧୬ ଜଣ, ଯାଜପୁରରୁ ୫ ଜଣ, ନୟାଗଡ଼ ଓ କଳାହାଣ୍ଡିରୁ ୧୧ ଜଣ ଲେଖାଁଏ, ବାଲେଶ୍ୱର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ତା ସହିତ କଟକ, ଢ଼େଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଓ କଟକର ଜଣେ ଲେଖାଏଁ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଏଥିସହ ମୋଟ ୧୯୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ୮୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment