ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଏପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୫, ୧୬୪ରେ ପହଞ୍ଚିଛି। ଏହାସହ ମହାରାଷ୍ଟ୍ରରେ ସର୍ବାଧିକ ୨,୧୯୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮,୩୮୦ ଆକ୍ରାନ୍ତ ଓ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଦେଶରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା ମହାରାଷ୍ଟ୍ରରେ ରହିଛି। ଏଠାରେ ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ ଓ ୧୬୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ମହାରାଷ୍ଟ୍ରରେ ମୋଟ୍‌ ୨,୧୯୭ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା। ସେହିପରି ଦ୍ଵିତୀୟରେ ଗୁଜୁରାଟରେ ୧୦୦୭, ଦିଲ୍ଲୀରେ ୪୧୬ ଓ ମଧ୍ୟପ୍ରଦେଶରେ ୩୪୩ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା।

ସେହିପରି ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଥିବା ବେଳେ ୮୬ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮୯ ହଜାର ୯୯୫ କେସ୍‌ ଆକ୍ଟିଭ୍‌ ରହିଛି।

Comment