ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍ ଜିଲ୍ଲା ବେଲୱା ଚୌଧୁରୀ ଗାଁରେ ରହିଛି ଏଭଳି ଏକ ଅଜବ ପରମ୍ପରା।

ଏଠାରେ ବର୍ଷରେ ଗୋଟିଏ ଦିନ ବୁଦ୍ଧ ପୂର୍ଣ୍ଣିମାରେ ସବୁ ବାସିନ୍ଦା ଘର ଛାଡି ଗାଁ ବାହାରକୁ ପଳାଇଥାନ୍ତି। ଯଦି ଗ୍ରାମବାସୀ ଏହି ନିୟମକୁ ନମାନି ଗାଁରେ ରହୁନ୍ତି ତାଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ହିନ୍ଦୁ ହୁଅନ୍ତୁ କି ମୁସଲମାନ ସମେସ୍ତ ଏହି ନିୟମକୁ ପାଳିଥାନ୍ତି। ଏହି ପରମ୍ପରା ବହୁ ବର୍ଷ ଧରି ଚଳି ଆସୁଛି।  ସାଙ୍ଗରେ ଗୃହପାଳିତ ପଶୁଙ୍କୁ ମଧ୍ୟ ନେଇ ଯାଇଥାନ୍ତି। ଏହାକୁ ସ୍ଥାନୀୟ ଲୋକ ପରାୱନ ପର୍ବ କୁହନ୍ତି। ଏହି ଗାଁର ଜନସଂଖ୍ୟା ୪ ହଜାର ରହିଛି।

ଗାଁ ଲୋକଙ୍କ କହିବା ଅନୁସାରେ ୨ଶହ ବର୍ଷ ତଳେ ଗାଁକୁ ଜଣେ ସାଧୁ ବୁଦ୍ଧ ପୂର୍ଣ୍ଣିମା ଦିନ ଆସିଥିଲେ। ଗ୍ରାମବାସୀଙ୍କ ପାଖରେ  ସାଧୁ ଆସିବାର ସୂଚନା ନ ଥିଲା। ତେଣୁ ତାଙ୍କର ଉଚିତ ସ୍ୱାଗତ କରାଯାଇ ନ ଥିଲା। ଏଥିରେ କ୍ରୋଧ ପ୍ରକାଶ କରି ସାଧୁ ଅଭିଶାପ ଦେଇଥିଲେ। ତେଣୁ ଏହି ଦିନ ଗ୍ରାମବାସୀମାନେ ଶାପରୁ ରକ୍ଷା ପାଇଁ ଗାଁ ଛାଡ଼ି ଚାଲିଯାଇଥାନ୍ତି। ଏହି ଦିନ ଗାଁରେ ରହୁଥିବା ବ୍ୟକ୍ତି କିମ୍ବା ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

Comment