ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ପିପିଇ କିଟ୍‌ ମଗାଇଥିଲେ। ବରାଦ ମୁତାବକ ୨୦ରୁ ଅଧିକ ଟ୍ରକ ପିପିଇ କିଟ୍‌ ନେଇ ପହଞ୍ଚିଥିବା ସୂଚନା ମିଳିଛି। ହେଲେ ରାଜ୍ୟରେ ପିପିଇ କିଟ୍‌ ମହଜୁଦ୍‌ ଥିବାରୁ ଏବେ ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। କିଟ୍‌ ଓଡ଼ିଶାକୁ ଦରକାର ନାହିଁ ବୋଲି ରାଜ୍ୟ ସରକାର ମନା କରିଦେଇଛନ୍ତି।

ରାଜ୍ୟରୁ ପିପିଇ କିଟ୍‌ ପାଇଁ ବରାଦ ଯାଇଥିବାରୁ ୨୦ଟି ଟ୍ରକରେ ପିପିଇ କିଟ୍‌ ଆସି ଓଡ଼ିଶା ପହଞ୍ଚିଛି। ଟ୍ରକଗୁଡ଼ିକ ଓଏସ୍‌ଏମ୍‌ସିଏଲ୍‌ର ଓ୍ଵେୟାର ହାଉସ ଆଗରେ ଅଟକି ରହିଛି। ହେଲେ ଏବେ ରାଜ୍ୟ ସରକାର ନିଷ୍ପତ୍ତି ବଦଳା ଦେଇଛନ୍ତି।

ରାଜ୍ୟରେ ପିପିଇ କିଟ୍‌ ମହଜୁଦ ଅଛି, ଆଉ କୌଣସି ସାମଗ୍ରୀ ଗ୍ରହଣ ନକରିବାକୁ ନିଷ୍ପତ୍ତି ହୋଇଛି। କିଟ୍‌ ଆମକୁ ଦରକାର ନାହିଁ ସେମାନେ ଅନ୍ୟ ରାଜ୍ୟକୁ ଯାଇପାରନ୍ତି ବୋଲି ରାଜ୍ୟ ସରକାର କହିଛନ୍ତି।

କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟରେ ପିପିଇ କିଟ୍‌ର ଆବଶ୍ୟକତା ରହିଥିଲା। ତେଣୁ ସରକାର ପିପିଇ କିଟ୍‌ ମଗାଇଥିଲେ। ହେଲେ ଏବେ ନିଷ୍ପତ୍ତି ବଦଳାଇ ପିପିଇ କିଟ୍‌ ମହଜୁଦ ଥିବା କଥା କହିଛନ୍ତି।

Comment