ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର କର୍ଫ୍ୟୁ ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ରାତ୍ରିକାଳୀନ କର୍ଫ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦେଇଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସନ୍ଧ୍ୟା ୭ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ବୋଳି ସରକାର କହିଛନ୍ତି।

କେନ୍ଦ୍ର ସରକାର ସନ୍ଧ୍ୟା ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ କରିଥିଲେ। ହେଲେ ରାଜ୍ୟ ସରକାର ଆଜି ନୂଆ ଗାଇଡଲାଇନ ଜାରି କରି କର୍ଫ୍ୟୁ କଡ଼ାକଡ଼ି କରିଛନ୍ତି।

Comment