ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ଜୁନ୍ ମାସରୁ ଜୁଲାଇ ମାସ ୧୫ ତାରିଖ ଭିତରେ ଆସିପାରନ୍ତି ପଙ୍ଗପାଳ ଦଳ। ଏମାନେ ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଉପଦବ୍ର କରିପାରନ୍ତି। ଏନେଇ ସୂଚନା ଦେଇଛି ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ଅନୁମାନ କରିଛି।

ବର୍ତ୍ତମାନ ସୁଦ୍ଧା ଏହି ପଙ୍ଗପାଳ ଦଳ ଆସି ଛତିଶଗଡ଼ର ଭରତପୁର ଜଙ୍ଗଲରେ ପହଞ୍ଚିସାରିଛନ୍ତି। କୋରିଆ ଜିଲ୍ଲାରେ ଥିବା ଏହି ଭରତପୁର ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ଦେଖିବାକୁ ମିଳିଛନ୍ତି। ଏମାନେ ଗଛ ବୃକ୍ଷକୁ ଖାଇ ନଷ୍ଟ କରିଦେଉଥିବାବେଲେ ଲୋକମାନେ ଏମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଛନ୍ତି।କୀଟନାଶକ ସହିତ ଲୋକମାନେ ବାଜା, ବାଣ ଆଦିର ବ୍ୟବହାର କରି ପଙ୍ଗପାଳ ଘଉଡ଼ାଉଥିବା ଦେଖିବାକୁ ମିଳିଛି। ତେବେ ସେଠାରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିନାହିଁ। ସେଠାରେ ଏବେ ବି ହଜାର ହଜାର ପଙ୍ଗପାଳ ଆକାଶରେ ଦେଖିବାକୁ ମିଳୁଛନ୍ତି।

ଅନ୍ୟପଟେ ଓଡ଼ିଶାର ଚାଷୀମାନଙ୍କୁ ପଙ୍ଗପାଳ ଆକ୍ରମଣ ହେବା ନେଇ ସଚେତନ କରାଯାଇଛି। ଏନେଇ ଆବଶ୍ୟକୀୟ କୀଟନାଶକ ଆଦିକୁ ମହଜୁଦ କରି ରଖିବାକୁ ରାଜ୍ୟର କୃଷି ବିଭାଗ ନିର୍ଦ୍ଦେଶ ଦେଇଛି ବୋଲି ଜଣାପଡ଼ିଛି।

Comment