ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଜୁନ୍ ୧ ତାରିଖରୁ ଅନଲକ୍ ଫେଜ୍-୧ ଜାରି କରିଛନ୍ତି। ଏହାପରେ ଓଡ଼ିଶା ସରକାର ମଧ୍ୟ ଅନଲକକୁ ନେଇ ନୂଆ ଗାଇଡଲାଇନ୍ ଆଣିଛନ୍ତି। ଯେଉଁଥିରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କଟକଣା କରାଯାଇଛି।
କ’ଣ ବନ୍ଦ ରହିବ?
- ଜୁନ୍ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳୀକୁ ଯିବା ଆସିବା ବନ୍ଦ।
- ରାଜ୍ୟର ସିନେମା ହଲ୍, ଜିମ୍ନାସିୟମ,ବାର୍, ଅଡିଟୋରିୟମ୍ ମଧ୍ୟ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଖୋଲିପାରିବ ନାହିଁ।
- ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶକୁ ବାରଣ।
- ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ।
- ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ଉଡାଣ ସେବାକୁ ବାତିଲ୍ କରାଯାଇଛି।
୧୧ ଜିଲ୍ଲା ପ୍ରତି ଶନି, ରବିବାର ସଟଡାଉନ୍
- ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧ଟି ଜିଲ୍ଲା ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ।
- ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ସଟଡାଉନ୍ ପାଳନ ହେବ।
- ଏହି ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ କାମ ବନ୍ଦ ରହିବ।
- ସଟଡାଉନ୍ ସମୟରେ କେବଳ ସ୍ୱାସ୍ଥ୍ୟ, ଅଗ୍ନିଶମ, ପୋଲିସ୍ କର୍ମଚାରୀମାନେ ଯିବା ଆସିବା କରିପାରିବେ।
- ସଟଡାଉନ୍ ସମୟରେ ୧୧ ଜିଲ୍ଲାରେ ପେଟ୍ରୋଲ୍ ପମ୍ପ ଖୋଲାରହିପାରିବ।
ମାସ୍କ ନପିନ୍ଧିଲେ ୫୦୦ ଫାଇନ୍
- କରୋନା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।
- ଏଣିକି ପ୍ରଥମ ଦୁଇଥର ମାସ୍କ ନପିନ୍ଧି ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା।
- ଏହାପରେ ମାସ୍କ ନପିନ୍ଧିଲେ ହଜାରେ ଟଙ୍କା ଜରିମାନା ଦେବାକୁ ପଡ଼ିବ।
- ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ।