ଓଡ଼ିଶାଲାଇଭ୍ବ୍ୟୁରୋ

ରାଜ୍ୟରେ ଜୁନ୍‌ ୩୦ ତାରିଖ ଯାଏଁ କୌଣସି ମନ୍ଦିର ଖୋଲି ପାରିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଥିବା ବେଳେ ରାଜ୍ୟ ସରକାର ତାଙ୍କ କଟକଣାରେ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ମାର୍ଚ୍ଚ ୨୪ ତାରିଖରୁ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି। ଏହାସହ ରାଜନୈତିକ, ସାଂସ୍କୃତିକ ସମାବେଶକୁ ବାରଣ କରାଯାଇଛି। କୌଣସି ସଭାସମିତି ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କ୍ରୀଡା କାର୍ଯ୍ୟକ୍ରମ ବି ଜୁନ୍‌ ୩୦ ଯାଏଁ ବାତିଲ କରାଯାଇଛି।

Comment