ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ସାରା ଦେଶରେ ଅନଲକ୍‌ ୧ ଲାଗୁ ହୋଇଛି। ଏହି ନିୟମ ଅନୁଯାୟୀ ଆଜି ରାତି ୯ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ଅର୍ଥାତ ଆଜି ରାତି ୯ଟା ଯାଏଁ ଲୋକ ଯିବା ଆସିବା କରିପାରିବେ ଓ ଦୋକାନ ବଜାର ମଧ୍ୟ ଖୋଲା ରହିବ।

ଲକ୍‌ଡାଉନ୍‌ ୪.୦ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହୁଥିଲା। ବର୍ତ୍ତମାନ ଏହି ନିୟମକୁ କିଛି ବଦଳା ଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ରହିବ ବୋଲି ନୂଆ ଗାଇଡ୍‌ଲାଇନ୍‌ ଜାରି କରି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଏହାସହ ଅନ୍‌ଲକ୍‌ ୧ ଅନୁଯାୟୀ କନଣ୍ଟେନମେଣ୍ଟ ଜୋନ୍‌ରେ ଜୁନ ୩୦ ଯାଏଁ ଲକ୍‌ଡାଉନ୍‌ ରହିବ। ଏହାସହ ୩ଟି ପର୍ଯ୍ୟାୟରେ କନଣ୍ଟେନମେଣ୍ଟ ଜୋନ୍‌ ବାହାରେ ସବୁ ଖୋଲିବ। ପ୍ରଥମେ ଜୁନ ୮ ତାରିଖରେ ଧାର୍ମିକସ୍ଥଳ, ରେଷ୍ଟୁରାଣ୍ଟ, ସପିଂ ମଲ୍‌, ହୋଟେଲ ଖୋଲିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର।

ପୂର୍ବପରି ଜିମ୍‌, ସିନେମା ହଲ୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ। ସର୍ବସାଧାରଣ ସ୍ଥାନ ଓ ଗାଡ଼ିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅତିକମ୍‌ରେ ୬ ଫୁଟ ଦୂରତା ରକ୍ଷା କରିବା ଦରକାର। ଦୋକାନରେ କେମିତି ସାମାଜିକ ଦୂରତା ରକ୍ଷା କରାଯିବ ତାହା ଦୋକାନୀମାନେ ନିର୍ଦ୍ଧାରଣ କରିବେ।

Comment