ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି ଷ୍ଟାର ଅଛନ୍ତି ସେମାନଙ୍କ ଭାଇ ଭଉଣୀ ଓ ପରିବାର ବି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଆଉ କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କ ଭାଇଭଉଣୀ ସବୁବେଳେ ଲାଇମଲାଇଟରୁ ଦୂରରେ ଥାଆନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଷ୍ଟାରଙ୍କ ଭାଇ ଓ ଭଉଣୀଙ୍କ ବିଷୟରେ।

 ସୋନାକ୍ଷୀ ସିହ୍ନା ଏବଂ ଲବ, କୁଶ 

ବଲିଉଡରେ ବେଶ ନାଁ କରିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। କିନ୍ତୁ ତାଙ୍କର ଦୁଇ ଭାଇ ଲବ ଏବଂ କୁଶ ସବୁବେଳେ ଲାଇମଲାଇଟରୁ ଦୂରରେ ଥାଆନ୍ତି।

ହ୍ରିତିକ ରୋଶନ ଏବଂ ସୁନୈନା ରୋଶନ

ବଲିଉଡର ଭେଟେରାନ ଅଭିନେତା ହ୍ରିତିକ ରୋଶନ ଆଜି ବଡ ପରଦାରେ ଜଣେ ଜଣାଶୁଣା ଚେହେରା। ହ୍ରିତିକଙ୍କ ଭଉଣୀଙ୍କ ନାମ ସୁନୈନା ରୋଶନ। ସେ ମଧ୍ୟ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି।

ଅକ୍ଷୟ କୁମାର ଏବଂ ଅଳକା ଭାଟିଆ

ଅଭିନେତା ଅକ୍ଷୟ କୁମାରଙ୍କ ଭଉଣୀ ମଧ୍ୟ ଫିଲ୍ମଠାରୁ ଦୂରରେ ରୁହନ୍ତି। ତାଙ୍କ ଭଉଣୀଙ୍କ ନାମ ଅଳକା ଭାଟିଆ।  ସେ ଜଣେ ବ୍ୟବସାୟୀ ସୁରେନ୍ଦ୍ର ହିରାନନ୍ଦାନୀଙ୍କୁ ବିବାହ କରିଥିଲେ। ସେ ମଧ୍ୟ ଲାଇମଲାଇଟଠୁ ଦୂରରେ ରହନ୍ତି।

ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନ

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ତଥା ଅଭିଷେକଙ୍କ ଭଉଣୀ ହେଲେ ଝିଅ ଶ୍ୱେତା ନନ୍ଦା ବଚ୍ଚନ। ଶ୍ୱେତାଙ୍କୁ ଙ୍କୁ ଛାଡି ବଚ୍ଚନ ପରିବାର ସମସ୍ତ ସଦସ୍ୟ ସିନେମା ସହ ଜଡିତ ଅଛନ୍ତି। କିନ୍ତୁ ଶ୍ୱେତା ସବୁବେଳେ ଲାଇମଲାଇଟରୁ ଦୂରରେ।

ରଣବୀର କପୁର ଏବଂ ରିଦ୍ଧିମା କପୁର

ବଚ୍ଚନ ପରିବାର ପରି କପୁର ପରିବାର ମଧ୍ୟ ବଲିଉଡ ବେଶ୍‌ ଚର୍ଚ୍ଚିତ ପରିବାର। ୠଷି କପୁର, ନିତୁ କପୁର, ରଣବୀର କପୁର ସବୁବେଳେ ଲାଇମଲାଇଟରେ ଥିଲା ବେଳେ ରଣବୀରଙ୍କ ଭଉଣୀ ରିଧିମା କିନ୍ତୁ ସବୁବେଳେ ଏଥିରୁ ଦୂରରେ ଥାଆନ୍ତି।

Comment