ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କିଛି ନାୟିକା ଅଛନ୍ତି ଯେଉଁମାନେ ଖେଳାଳି ଭୂମିକାରେ ବି ଜବରଦସ୍ତ ଭୂମିକା ନିଭାଇଛନ୍ତି। ଆସନ୍ତୁ ବଲିଉଡର ସେମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଖେଳାଳି ଭୂମିକାରେ ଅଭିନୟ କରିଛନ୍ତି|

ସୋନାକ୍ଷୀ ସିହ୍ନା

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଫିଲ୍ମରେ ଅନେକ ଭୂମିକା ଗ୍ରହଣ କରିଛନ୍ତି। ସୋନାକ୍ଷୀ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ହଲି ଡେ’’ରେ କାମ କରିଥିଲେ। ଏହି ଫିଲ୍ମରେ ସୋନାକ୍ଷୀ ଜଣେ ବକ୍ସର ହୋଇଥିଲେ।

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ଭାରତୀୟ ମହିଳା ବକ୍ସରଙ୍କ ଉପରେ ଆଧାରିତ ଫିଲ୍ମ ‘ମେରି କମ’ରେ କାମ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ଏହି ଫିଲ୍ମ ପାଇଁ ପ୍ରିୟଙ୍କା କଠିନ ପରିଶ୍ରମ କରିଥିଲେ।

ଆଲିଆ ଭଟ୍ଟ

ଅଭିଷେକ ଚୌବେଙ୍କ ଫିଲ୍ମ ‘ଉଡତା ପଞ୍ଜାବ’ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଏହି ଫିଲ୍ମରେ ଆଲିଆ ଜଣେ ହକି ଖେଳାଳି ହୋଇଥିଲେ। ଏଥିପାଇଁ ଆଲିଆ ଭଟ୍ଟ ମଧ୍ୟ ଜଣେ ପେସାଦାର ହକି ଖେଳାଳିଙ୍କଠାରୁ ତାଲିମ ନେଇଥିଲେ।

ରାଣୀ ମୁଖାର୍ଜୀ

ରାଣୀ ମୁଖର୍ଜୀ ସାହିଦ କପୁରଙ୍କ ଅଭିନୀତ ‘ଦିଲ ବୋଲେ ହଡିପ୍ପା’ରେ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଫିଲ୍ମ ପାଇଁ ୬ ମାସ ପୂର୍ବରୁ ଶିଖିବା ଆରମ୍ଭ କରିଥିଲେ।

Comment