ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ବହୁ ଚର୍ଚ୍ଚିତ ଜେସିକା ଲାଲ୍‌ ହତ୍ୟା ଘଟଣାରେ ମୁକୁଳିଲା ଦୋଷୀ ମନୁ ଶର୍ମା। ମନୁ ଶର୍ମାକୁ ମୁକ୍ତି ପାଇଁ ଅନୁମତି ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ। ୧୯୯୯ ମସିହା ଏପ୍ରିଲ ୩୦ ତାରିଖରେ ଜେସିକାଙ୍କୁ ଗୁଳି କରି ହତ୍ୟା କରିଥିଲା ମନୁ ଶର୍ମା।

ପ୍ରାୟ ୧୭ ବର୍ଷ ଜେଲରେ ରହିବା ପରେ ମନୁ ଶର୍ମାଙ୍କୁ ଛାଡ଼ି ଦିଆଯାଇଛି। ପ୍ରଥମେ ସେଣ୍ଟନ୍ସ ରିଭ୍ୟୁ କମିଟି ତାଙ୍କୁ ଛାଡ଼ିବାକୁ ସୁପାରିଶ କରିଥିଲା। ପରେ ଉପରାଜ୍ୟପାଳଙ୍କ ଅନୁମତି ପରେ ସେ ତିହାର ଜେଲରୁ ମୁକୁଳିଛନ୍ତି।

ଜେସିକା ଥିଲେ ଜଣେ ପ୍ରସିଦ୍ଧ ମଡେଲ। ତାଙ୍କୁ ୨୯ ଏପ୍ରିଲ ୧୯୯୯ ମସିହାରେ ଦିଲ୍ଲୀର ତାମରିଣ୍ଡ କୋର୍ଟ ରେଷ୍ଟୁରାଣ୍ଟରେ ଗୁଳି କରି ହତ୍ୟା କରାଯାଇଥିଲା। ଜେସିକାଙ୍କୁ ଅଭିଯୁକ୍ତମାନେ ମଦ ଗ୍ଲାସରେ ଦେବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ମନୁ ଶର୍ମା ହରିୟାଣାର ନେତା ବିନୋଦ ଶର୍ମାଙ୍କ ପୁଅ। ୨୦୦୬ରେ ଏହି ମାମଲରା ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ। ହେଲେ ତାଙ୍କ ଭଉଣୀ ଏହି ମାମଲାକୁ ପୁଣି ସାମ୍ନାକୁ ଆଣିଥିଲେ। ପରେ ସାରା ଦେଶ ଏକ ହୋଇଥିଲା ଜେସିକାଙ୍କୁ ନ୍ୟାୟ ଦେବାକୁ।

ଏହାପରେ ଏହି ମାମଲା କୋର୍ଟରେ ପୁଣି ଚାଲିଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ମନୁ ଶର୍ମା ଦୋଷୀ ସାବ୍ୟସ୍ତ ହୋବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା।

Comment