ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ବଲିଉଡ ଜଗତ ଏକ ଏମିତି ସ୍ଥାନ ଯେଉଁଠାରେ ଉତଥାନ, ପତନ ଲାଗି ରହିଥାଏ। କେତେବେଳେ କିଏ ଏଠି ସୁପରହିଟ୍‌ ହୋଇଯାଏ ତ କିଏ ଫ୍ଲପ୍।

ବଲିଉଡରେ ଏମିତି କଳାକାର ଅଛନ୍ତି ଯେଉଁମାନେ ସୁପରହିଟ୍‌ ଫିଲ୍ମ ଦେଇ ଫ୍ଲପ୍‌ ହୋଇଯାଇଛନ୍ତି। ଫ୍ଲପ୍‌ ହେବା ପରେ ନିଜ ଫିଟନେସ୍‌କୁ ଭୁଲି ଯାଇଛନ୍ତି। ଆସନ୍ତୁ ଜାଣିବା ସେମତି କିଛି ହିରୋଙ୍କ ବିଷୟରେ।

 ଫରିଦିନ୍‌ ଖାନ୍

ଏହି ତାଲିକାରେ ସର୍ବ ପ୍ରଥମେ ଅଭିନେତା ଫରିଦିନ୍‌ ଖାନଙ୍କ ନାଁ ଆସୁଛି। ଭେଟେରାନ ଅଭିନେତା ଫେରୋଜ ଖାନଙ୍କ ପୁଅ ଫରିଦିନ ଖାନ। ୧୯୯୮ରେ ଫିଲ୍ମ ‘ପ୍ରେମ ଆଙ୍ଗନ’ରେ ଫରିଦିନ ଖାନ ବଲିଉଡରେ ଡେବ୍ୟୁ କରିଥିଲେ। ସେହି ସମୟର ସବୁଠାରୁ ହ୍ୟାଣ୍ଡସମ୍‌ ହିରୋମାନଙ୍କ ମଧ୍ୟରୁ ଜଣେ ଥିଲେ ଫରିଦିନ। ହେଲେ ସେ ବଲିଉଡରେ ବେଶୀ ଦିନ ତିଷ୍ଠି ପାରିନଥିଲେ। ୨୦୧୦ରେ ‘ଦୁଲ୍‌ହା ମିଲ୍ ଗୟା’ ଫିଲ୍ମରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପରେ ସେ ବଲିଉଡକୁ ବିଦାୟ ଦେଇଥିଲେ। ବଲିଉଡଠାରୁ ଦୂର ହେବା ପରେ ସେ ନିଜ ଫିଟନେସର ଯତ୍ନ ବି ନେଇ ନଥିଲେ। ଏବେ ତାଙ୍କୁ ଚିହ୍ନିବା କଷ୍ଟା।

ଉଦୟ ଚୋପ୍ରା

ୟଶ ଚୋପ୍ରାଙ୍କ ପରି କିମ୍ବଦନ୍ତୀ ଫିଲ୍ମ ନିର୍ମାତାଙ୍କ ପୁଅ ଉଦୟ ଚୋପ୍ରା। କିନ୍ତୁ ସେ ବଲିଉଡରେ ଭଳ କ୍ୟାରିୟର କରିପାରିଲେ ନାହିଁ। ୨୦୦୦ ମସିହାରେ ଶାହରୁଖ ଏବଂ ଅମିତାଭଙ୍କ ସହ ଡେବ୍ୟୁ କରିଥିବା ଉଦୟ ଚୋପ୍ରା କେବଳ ଫିଲ୍ମ ଜଣେ ସାଇଡ୍ ହିରୋ ହୋଇ ରହିଥିଲେ। ମହବତେଁ, ମେରେ ୟାର କି ସାଦି ହୈ, ଧୁମ୍‌ ଭଳି କେତେକ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା।  ଏବେ ସେ ବଲିଉଡଠାରୁ ଦୂରରେ। ଏହାରି ମଧ୍ୟରେ ତାଙ୍କ ଫିଗରରେ ବହୁ ପରିବର୍ତ୍ତନ ଆସିଛି।

Comment