ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ୟେ ରିସ୍ତା କ୍ୟା କେହଲତା ହୈ’ ଫେମ୍‌ ମୋହିନା କୁମାରୀ ସିଂ ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ମୋହିନାଙ୍କ ସମେତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଓ ସେମାନଙ୍କ ଚିକିତ୍ସା ଚାଲିଛି।

୨୦୧୯ରେ ମୋହିନା ବିବାହ କରିଥିଲେ। ବିବାହ ପରେ ସେ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ବିଦାୟ ନେଇଥିଲେ।  ମୋହିନା ତାଙ୍କ ସ୍ୱାମୀ ଓ ପରିବାର ସହିତ ଉତ୍ତରାଖଣ୍ଡରେ ରହନ୍ତି।

ମୋହିନା ‘ୟେ ରିସ୍ତା କ୍ୟା କେହେଲାତା ହେ’ର କୀର୍ତ୍ତି ଗୋଏଙ୍କା ନାମରେ ଘରେ ଘରେ ପରିଚିତ। କେବଳ ସେତିକି ନୁହେଁ ସେ ପ୍ରକୃତରେ ମଧ୍ୟପ୍ରଦେଶସ୍ଥିତ ରିଓ୍ୱାର ରାଜକୁମାରୀ, ମହାରାଜା ପୁଷ୍ପରାଜ ସିଂ ଜୁଦେବ୍‌ଙ୍କ ଝିଅ। ‘ଡାନ୍ସ୍ ଇଣ୍ଡିଆ ଡାନ୍ସ୍’ର ସିଜନ୍-୩ ଜରିଆରେ ଟେଲିଭିଜନ୍ ପରଦାରେ ପ୍ରଥମ କରି ପାଦ ଦେଇଥିଲେ ମୋହିନା। ଏହା ପରେ ବିଭିନ୍ନ ରିଆଲିଟି ସୋ, ସିରିଆଲ୍ ଆଉ ‘ଏବିସିଡି’ଭଳି ବଲିଉଡ୍ ସିନେମାରେ ବି ମୋହିନାଙ୍କୁ ଦେଖିବାକୁ ମିଳିଥିଲା।

Comment