ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିୟାଲ ହେଉଛି ଏକ ପକ୍ଷୀ ଯାହା ମାଟି ଉପରେ କେବେ ବି ପାଦ ରଖେନି। ଏହି ପକ୍ଷୀକୁ ଇଂରାଜୀରେ Theyellow-footed green pigeon ବୋଲି କୁହାଯାଏ। ସେମାନେ ଉଚ୍ଚ ଉଚ୍ଚ ଗଛ ସହିତ ଜଙ୍ଗଲକୁ ପସନ୍ଦ କରନ୍ତି|

ହରିୟାଲ୍ ପକ୍ଷୀମାନେ ବାଉଁଶ ଗଛରେ ନିଜ ବସା ନିର୍ମାଣ କରିବାକୁ ପସନ୍ଦ କରନ୍ତି। ହରିୟାଲ ପକ୍ଷୀକୁ ମହାରାଷ୍ଟ୍ରର ରାଜକୀୟ ପକ୍ଷୀ ବୋଲି କୁହାଯାଏ।

ଏହି ପକ୍ଷୀମାନଙ୍କର ଆକାର ୨୯ସେଣ୍ଟିମିଟରରୁ ୩୩ ସେଣ୍ଟିମିଟର ଏବଂ ଓଜନ ୨୨୫ ଗ୍ରାମରୁ୨୬୦ ଗ୍ରାମ ମଧ୍ୟରେ ଥାଏ। ଏହି ପକ୍ଷୀମାନଙ୍କର ଡେଣା ୧୭ ରୁ ୧୯ ସେଣ୍ଟିମିଟର ଲମ୍ବା। ସେମାନଙ୍କର ଶରୀରର ରଙ୍ଗ ହାଲୁକା ହଳଦିଆ ସବୁଜ।

Comment