ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସୁସ୍ଥଙ୍କ ସଂଖ୍ୟା। ବୁଧବାର ରାଜ୍ୟର ଆଉ ୯୧ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଶହ ପାର୍ କରିଛି।

ଆଜି ସୁସ୍ଥ ହୋଇଥିବା ୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏଥିସହିତ ପୁରୀରୁ ୧୬, ନୟାଗଡ଼ରୁ ୧୫, ବଲାଙ୍ଗିରରୁ ୯ ଜଣ ସୁସ୍ଥ ହୋଇଛନ୍ତି। ତା ସହିତ ଅନୁଗୁଳ ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଏବଂ କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ରୁ ୨ ଜଣ ଲେଖାଏଁ ମଧ୍ୟ ସୁସ୍ଥ ହୋଇଛନ୍ତି।

ଏଥିସହିତ ଢେଙ୍କାନାଳ, ଗଜପତି ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାଜ୍ୟରେ ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ ରହିଥିବାବେଳେ ସେଥିମଧ୍ୟରୁ ୧୪୧୬ ଜଣ ସୁସ୍ଥ ଓ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟରେ ୯୬୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment