ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅନେକ ଫିଲ୍ମରେ ପ୍ରାକୃତିକ ବିପର୍ଯ୍ୟୟର ଚିତଅକୁ ଦେଖାଯାଇଛି। ପ୍ରକୃତିର ତାଣ୍ଡବ କିଭଳି କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ କରିଦିଏ ତାହା ଫିଲ୍ମରେ ଦେଖାଯାଇଛି। ଆସନ୍ତୁ ଜାଣିବା ସେହି ଫିଲ୍ମଗୁଡ଼ିକ ବିଷୟରେ …

ଓ୍ୱକ୍ତ

ବଲରାଜ ସାୟାନୀଙ୍କ ଫିଲ୍ମ ୱାକ୍ତରେ ଭୂକମ୍ପ କିଭଳି ସବୁକିଛି ବରବାଦ କରି ଦେଇଛି ତାହା ଦେଖିବାକୁ ମିଳିଥିଲା। ଗୋଟିଏ ହସ ଖୁସିର ପରିବାର ଭୂକମ୍ପରେ ପରସ୍ପରଠୁ କିଭଳି ଅଲଗା ହୋଇଯାଇଥିଲେ ତାହା ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ  ରାଜକୁମାର, ସୁନୀଲ ଦତ୍ତ ଏବଂ ଶର୍ମିଲା ଟାଗୋର ଭଳି ଷ୍ଟାର ଥିଲେ।

 ମଦର ଇଣ୍ଡିଆ

ସୁନୀଲ ଦତ୍ତ ଏବଂ ନର୍ଗିସଙ୍କ ଏହି ଫିଲ୍ମ ମନୋରଞ୍ଜନ ଇତିହାସରେ  ଅନ୍ୟତମ । ବନ୍ୟା କିଭଳି ଲୋକଙ୍କ ଚାଷ ଜମି ନଷ୍ଟ କରିଦେବା ସହିତ ଜୀବନ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା।

କେଦାରନାଥ

ସାରା ଅଲି ଖାନ ଏବଂ ସୁଶାନ୍ତ ସିଂ ରାଜପୁତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦର୍ଶା ଯାଇଥିଲା।

କାଇ ପୋ ଚେ

ଏହି ଫିଲ୍ମ ତିନିଜଣ ସାଙ୍ଗଙ୍କୁ ନେଇ ତିଆରି ହୋଇଥିଲା। ସୁଶାନ୍ତ ସିଂ ରାଜପୁତ, ଅମିତ ସାଧ, ରାଜକୁମାର ରାଓ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଭୂକମ୍ପ ଯୋଗୁଁ ରାଜକୁମାର ରାଓ କିପରି ସବୁକିଛି ହରାଉଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଥିଲା।

ତୁମ୍‌ ମିଲେ

ଫିଲ୍ମର କାହାଣୀ ମୁମ୍ବାଇରେ ଆସିଥିବା ଏକ ବନ୍ୟା ଉପରେ ଆଧାରିତ ଥିଲା। ମୁଖ୍ୟ ଭୂମିକାରେ ଇମ୍ରାନ ହାସମି ଏବଂ ସୋହା ଅଲି ଖାନ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

Comment