ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍। ଗତକାଲି ସାରା ଦେଶରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ସହିତ ୨୬୦ ଜଣ ପ୍ରାଣ ହରାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସାରା ଦେଶରେ ମୋଟ ୨ ଲକ୍ଷ ୧୬ ହଜାର ୯୧୯ ଜଣ କରୋନା ସଂକ୍ରମିତ ଅଛନ୍ତି। କେବଳ ଗତକାଲି ଆଉ ୯୩୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୪ ହଜାର ୧୦୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୬୦୭୫ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏବେ ବି ୧ ଲକ୍ଷ ୬ ହଜାର ୭୩୭ ଆକ୍ଟିଭ୍ କେସ୍ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଦେଶରେ ଏବେ ବି ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ୭୪ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ଅଢ଼େଇ ହଜାର ଟପିଛି। ସେହିଭଳି ଗୁଜରାଟରେ ୧୧୨୨, ଦିଲ୍ଲୀରେ ୬୦୬, ମଧ୍ୟପ୍ରଦେଶରେ ୩୭୧ ଜଣ ପ୍ରାଣ ହରାଇଛନ୍ତି।

Comment