ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ୍‌ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟାଫ୍‌ ନର୍ସ କରୋନା ଆକ୍ରାନ୍ତ ହୋଇଥିବା ନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଚିହ୍ନଟ ହେବା ପରେ ଷ୍ଟାଫ୍‌ ନର୍ସଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ନର୍ସ ଜଣକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ନର୍ସ ଜଣକ ପଜିଟିଭ୍‌ ଚିହ୍ନଟ ହେବା ପରେ ମେଡିକାଲର ସବୁ ଓ୍ଵାର୍ଡକୁ ଭଲ ଭାବେ ସାନିଟାଇଜ କରାଯାଇଛି।

ସେହିପରି ଆଜି ରାଜ୍ୟରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ନୟାଗଡ଼ରୁ ୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୯୦ ଜଣଙ୍କ ମଧ୍ୟରୁ ୭୯ ଜଣ କ୍ଵାରେଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୧୧ ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି।

ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୭୮ ହୋଇଥିବା ବେଳେ ୧,୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୦୫୩ ସକ୍ରିୟ ଥିବା ବେଳେ ୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

Comment