ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନତ୍ରୀ ନୂତନଙ୍କ ଆଜି ଜନ୍ମବାର୍ଷକୀ। ଜୁନ୍‌ ୪, ୧୯୩୬ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଏହି ଅଭିନେତ୍ରୀ।

ଆଜିକାଲି ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିବା ସୁନ୍ଦରୀମାନଙ୍କୁ ସହଜରେ ଫିଲ୍ମରେ କାମ କରିବାର ସୁଯୋଗ ମିଳୁଛି। କିନ୍ତୁ ଗୋଟିଏ ସମୟ ଥିଲା ଏହା ଏତେ ସହଜ ନଥିଲା।  ଅଭିନେତ୍ରୀ ନୂତନ ପ୍ରଥମ ମିସ୍ ଇଣ୍ଡିଆ ଥିଲେ ଯିଏକି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ। କିନ୍ତୁ ଏଥିପାଇଁ ସେ ସଂଘର୍ଷ କରିଥିଲେ।

‘ନଲ୍ ଦାମୟନ୍ତୀ’ ସହିତ ଶିଶୁ କଳାକାର ଭାବରେ ନୂତନ ତାଙ୍କର ସିନେ କ୍ୟାରିଅର୍ ଆରମ୍ଭ କରିଥିଲେ| ପରେ ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏହି ଟାଇଟଲ ଜିତିଥିଲେ।

ମିସ୍‌ ଇଣ୍ଡିଆ ଟାଇଟଲ ଜିତିବା ସତ୍ତ୍ୱେବି ତାଙ୍କ ପ୍ରତି କୌଣସି ନିର୍ମାତା, ବା ନିର୍ଦ୍ଦେଶକ ଆକର୍ଷିତ ହୋଇନଥିଲେ। ଫଳରେ ସେ ତାଙ୍କ ମା’ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହମାରୀ ବେଟୀ’ରେ ଅଭିନୟ କରିଥିଲେ । ଏହାପରେ କିଛି ଫିଲ୍ମରେ କାମ କଲେ ବି ତାଙ୍କୁ ପରିଚୟ ମିଳିନଥିଲା।

‘ସୀମା’, ‘ସୁଜାତା’, ‘ବନ୍ଦିନୀ’ ଏବଂ ‘ମୈ ତୁଲ୍‌ସି ତେରେ ଆଙ୍ଗନ୍‌ ମୈ’ ପରି ଫିଲ୍ମରେ ସୁନ୍ଦର ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ପାଇଥିଲେ। ସେ ସମୟରେ ସବୁଠାରୁ ଅଧିକ ଫିଲ୍ମ ଫେୟାର ପୁରସ୍କାର ଜିତିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଥିଲା। ବଲିଉଡରେ ଅନେକ ହିଟ୍‌ ଫିଲ୍ମରେ ନୂତନ କାମ କରିଥିଲେ।

୧୯୯୧, ଫେବ୍ରୁଆରି ୨ରେ ମୁମ୍ବାଇରେ ନୃତନଙ୍କର ମୃତ୍ୟୁ ହୋଇଥିଲା।

Comment