ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାସଙ୍କଟ ମଧ୍ୟରେ ଶୁକ୍ରବାର ମହାପ୍ରଭୁଙ୍କର ସ୍ନାନଯାତ୍ରା ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତେବେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି।

୫ ତାରିଖ ରାତି ୧ଟାରେ ମଙ୍ଗଳାର୍ପଣ ହେବ। ଏହାପରେ ରାତି ୧ଟାରୁ ୪ଟା ମଧ୍ୟରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ ହେବ ବୋଲି କୁହାଯାଇଛି। ସେହିପରି ସକାଳ ସାଢେ ୭ଟାରୁ ସାଢ଼େ ୯ଟା ଭିତରେ ଜଳ ବିଜେ, ପୂଜା ଓ ସ୍ନାନ କରାଯିବ। ସକାଳ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ ସହ ମହାପ୍ରଭୁଙ୍କ ନୂଆଲୁଗା ଲାଗି ବେଶ ହେବ। ସକାଳ ସାଢ଼େ ୧୦ଟାରେ ଛେରା ପହଁରା ନୀତି ସମ୍ପନ୍ନ ହେବ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ହାତୀ ବେଶ କରାଯିବ।

ଏହାପରେ ଅପରାହଣ ୪ଟା ବେଳକୁ ପୁଷ୍ପାଞ୍ଜଳୀ ଓ ଡୋରଲାଗି କରାଯାଇ ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ। ଏହାପରେ ରାତି ୪ଟାରେ ଅନବସର ନୀତି କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ତେବେ ପ୍ରତିବର୍ଷ ଭଳି ଏଥର ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଭକ୍ତମାନେ ସିଧାସଳଖ ଦେଖିପାରିବେ ନାହିଁ। ଏଥିପାଇଁ ଆଜି ରାତି ୧୦ଟାରୁ ପୁରୀରେ ୧୪୪ ଧାରା ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି।

Comment