ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ଐତିହାସିକ କୁତବ ମିନାର୍ ବିଷୟରେ ତ ସମସ୍ତେ ଜାଣନ୍ତି। ଏହି କୁତବ ମିନାର ନିକଟରେ ଏକ ବିରାଟ ସ୍ତମ୍ଭ ମଧ୍ୟ ଅଛି ଯାହାକୁ ‘ଲୌହ ସ୍ତମ୍ଭ’ କୁହାଯାଏ। ବହୁତ କମ୍ ଲୋକ ଏହି ସ୍ତମ୍ଭ ବିଷୟରେ ଜାଣିଥିବେ, କିନ୍ତୁ ଏହାର ଇତିହାସ ବହୁତ ପୁରୁଣା ଏବଂ ରହସ୍ୟରେ ପରିପୂର୍ଣ୍ଣ।

ଏହି ସ୍ତମ୍ଭ ୧୬୦୦ ବର୍ଷରୁ ଅଧିକ ପୁରୁଣା ବୋଲି ବିଶ୍ୱାସ କରାଯାଏ। ସବୁଠୁ ଖାସ କଥା ହେଲା ଲୁହାରେ ନିର୍ମିତ ଏହି ସ୍ତମ୍ଭ ବର୍ଷ ବର୍ଷ ଧରି ଖୋଲା ଆକାଶ ତଳେ ଛିଡା ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଏଥିରେ କଳଙ୍କି ଲାଗି ନାହିଁ।

ଏହି ଲୁହା ସ୍ତମ୍ଭଟି ରାଜା ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଦ୍ୱାରା ନିର୍ମିତ ବୋଲି ବିଶ୍ୱାସ କରାଯାଏ। ଏହି ସ୍ତମ୍ଭରେ ଲେଖାଯାଇଥିବା ସଂସ୍କୃତ ଭାଷା ଅନୁଯାୟୀ ଏହାକୁ ଧ୍ୱଜ ସ୍ତମ୍ଭ ଭାବରେ ନିର୍ମିତ କରାଯାଇଥିଲା।

ଏହା ମଥୁରାର ବିଷ୍ଣୁ ପାହାଡ ଉପରେ ନିର୍ମିତ ପ୍ରଭୁ ବିଷ୍ଣୁଙ୍କ ମନ୍ଦିର ସମ୍ମୁଖରେ ଥିଲା। ଯାହା ୧୦୫୦ ଖ୍ରୀଷ୍ଟାବ୍ଦରେ ତୋମର ରାଜବଂଶର ରାଜା ତଥା ଦିଲ୍ଲୀର ପ୍ରତିଷ୍ଠାତା ଅନଙ୍ଗପାଲଙ୍କ ଦ୍ୱାରା ଦିଲ୍ଲୀକୁ ଅଣାଯାଇଥିଲା। ଲୁହାରେ ନିର୍ମିତ ଏହି ସ୍ତମ୍ଭର ଉଚ୍ଚତା ସାତ ମିଟରରୁ ଅଧିକ ହୋଇଥିବାବେଳେ ଓଜନ ୬ ହଜାର କିଲୋଗ୍ରାମରୁ ଅଧିକ।  ତେବେ ଲୁହାରେ ଏତେ ବଡ଼ ସ୍ତମ୍ଭ କିପରି ତିଆରି ହେଲା ତାହା ଏକ ରହସ୍ୟ।

Comment