ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ  ଗର୍ଭବତୀ ହାତୀ ହତ୍ୟା ମାମଲାକୁ ନେଇ ସାରାଦେଶରେ ବିରୋଧ ଜାରି ରହିଛି। ସେଲିବ୍ରିଟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ଏହି ଘଟଣାକୁ ବିରୋଧ କରି  ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି। ଏହାରି ମଧ୍ୟରେ  ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବ ସୂଚନା ମିଳିଛି। ଯେଉଁମାନେ ହାତୀକୁ ବିସ୍ଫୋରକ ଖୁଆଇଥିଲେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ ହାତୀ  ହତ୍ୟା ମାମଲାକୁ କେନ୍ଦ୍ର ସରକାର ଗୁରୁତର ଭାବେ ନେଇଛନ୍ତି।

‘‘ଖୁବଶୀଘ୍ର ଅପରାଧୀଙ୍କୁ ଧରି ଉଚିତ ଦଣ୍ଡ ଦିଆଯିବ। ଘଟଣାର ତଦନ୍ତରେ କୌଣସି ହେଳା କରାଯିବ ନାହିଁ। ହାତୀକୁ ବିସ୍ଫୋରକ ଖାଇବାକୁ ଦେବା ଏବଂ ତାକୁ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ’’, କହିଛନ୍ତି ପ୍ରକାଶ ଜାଭେଦକର।

 ହାତୀ ହତ୍ୟା ମେ’ ୨୫ର ଘଟଣା। ହାତୀଟି ଖାଦ୍ୟ ଅନ୍ୱେଷଣରେ ପାଖ ଜଙ୍ଗଲରୁ ଗାଁ ଆଡ଼କୁ ଆସି ଯାଇଥିଲା। କିଛି ଲୋକେ ହାତୀକୁ ଖାଦ୍ୟ ଦେବା ବାହାନାରେ ସପୁରିରେ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲେ।

ଯାହାକୁ ଖାଇବା ବେଳେ ହାତୀର ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ହାତୀକୁ ଗଭୀର ଆଘାତ ଲାଗିଥିଲା। ଯନ୍ତ୍ରଣାରୁ ବଞ୍ଚିବା ପାଇଁ ପାଖରେ ଥିବା ଏକ ନଦୀରେ ୩ ଦିନ ବୁଡ଼ି ରହିଥିଲା ହାତୀ। ହେଲେ ତାକୁ ସେଠାରୁ କେହି ଉଦ୍ଧାର କରିନଥିଲେ। ଫଳରେ ଶନବିାର ଦିନ ହାତୀର ମୃତ୍ୟୁ ଘଟିଥିଲା।

Comment