ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ରେ ବଲିଉଡ ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନଙ୍କ ପରେ ଭେଟେରାନ ଫିଲ୍ମ ନିର୍ମାତା ବାସୁ ଚାଟାର୍ଜୀଙ୍କ ପରଲୋକ ଗୁରୁବାର  ଘଟିଛି।

୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବାସୁ ଚାଟାର୍ଜୀ ଇଣ୍ଡଷ୍ଟ୍ରିରେ ବାସୁ ଦା ନାମରେ ଜଣାଶୁଣା ଥିଲେ। ରୋମାଣ୍ଟିକ ଫିଲ୍ମ ନିର୍ମାଣ କରିବାରେ ସେ ଧୁରନ୍ଧର ଥଲେ।

‘ଛୋଟି ସି ବାତ’,‘ରଜନୀଗନ୍ଧା’,‘ବାତୋଁ ବାତୋଁ ମେଁ’,‘ଏକ ରୁକା ହୁଆ ଫୈସଲା’ ଏବଂ ‘ଚମେଲି କି ଶାଦି’ ଭଳି ଫିଲ୍ମ ପାଇଁ ସେ ବେଶ୍‌ ପରିଚିତ।

ବାସୁ ଚାଟାର୍ଜୀ ଜାନୁୟାରି ୧୦,୧୯୩୦ରେ ଅଜମେରରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ମାଗାଜିନରେ କାର୍ଟୁନିଷ୍ଟ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେଠାରେ ୧୮ ବର୍ଷ କାମ କରିବା ପରେ, ବାସୁ ଦା ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରବେଶ କରିଥିଲେ।

Comment