ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୩ ଜଣ କରୋନା ପଜିଟିଭ୍। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୩୦ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ଭୁବନେଶ୍ୱରର ବୋଲି ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହେବା ସହ ୬ ଜଣ ଲୋକାଲ୍ ଲୋକ ସାମିଲ୍ ଅଛନ୍ତି ବୋଲି ସୂଚନା ମିଳିଛି।

ସେହିପରି ଯେଉଁ ୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପାତ୍ରପଡ଼ା ଅଞ୍ଚଳର ହୋଇଥିବାବେଳେ ଆଉ ଦୁଇଜଣ ନିଉ ଫରେଷ୍ଟ ପାର୍କ ଅଞ୍ଚଳରୁ, ଲକ୍ଷ୍ମୀସାଗରରୁ ଜଣେ, ଟଙ୍କପାଣି ରୋଡରୁ ଜଣେ, ଚିନ୍ତାମଣିଶ୍ବର ଅଞ୍ଚଳରୁ ଜଣେ ଓ ଓଲଡ୍ ଟାଉନ୍ ଏରିଆରୁ ଜଣେ ଲେଖାଁଏ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଯେଉଁ ୬ ଜଣ ସ୍ଥାନୀୟ ଲୋକ ପଜିଟିଭ୍ ଜଣାପଡ଼ିଛନ୍ତି ସେମାନଙ୍କ ମଧ୍ୟରୁ ଦୁଇ ଜଣ ୟୁନିଟ୍ ୪  ଅଞ୍ଚଳର ହୋଇଥିବାବେଳେ ଡୁମଡୁମା, ସାଲିଆ ସାହି, ଆଇଗିଣିଆ ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଭୁବନେଶ୍ୱରରେ ଏବେ ପଜିଟିଭ୍ ସଂଖ୍ୟା ୮୧କୁ ବୃଦ୍ଧି ପାଇଥିବାବେଳେ ସେଥିମଧ୍ୟରୁ ୫୧ ଜଣ ସୁସ୍ଥ ଓ ୩  ଜଣ ପ୍ରାଣ ହରାଇଛନ୍ତି। ଏବେ ବି ଭୁବନେଶ୍ୱରରେ ୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ବୋଲି ସୂଚନା ମିଳିଛି।

Comment