ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶୁକ୍ରବାର ରାଜ୍ୟର ୨୧ଟି ଜିଲ୍ଲାରୁ ଆଉ ୧୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଓଡ଼ିଶାରେ ପଜିଟିଭ୍ ସଂଖ୍ୟା ୨୬ ଶହ ପାର କରିଛି।

ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୩ ଜଣ ଜଣାପଡିଛନ୍ତି। ଏଥିସହିତ କୋରାପୁଟରୁ ୬, ଖୋର୍ଦ୍ଧାରୁ ୨୨, ପୁରୀରୁ ୧, ରାୟଗଡା ୧, ଯାଜପୁରରୁ ୩, ଜଗତସିଂହପୁରରୁ ୧, ଗଜପତିରୁ ୭, ମୟୁରଭଞ୍ଜରୁ ୨୨, ଅନୁଗୁଳରୁ ୧, ବରଗଡ଼ରୁ ୪, ଢେଙ୍କାନାଳରୁ ୨, ବଲାଙ୍ଗିର ୩, ଭଦ୍ରକରୁ ୪, କେନ୍ଦୁଝରରୁ ୨, କନ୍ଧମାଳରୁ ୩, କଳାହାଣ୍ଡିରୁ ୩, ଗଞ୍ଜାମରୁ ୧୨, ସୁନ୍ଦରଗଡ଼ରୁ ୭,ସୋନପୁରରୁ ୧  ଓ କେନ୍ଦ୍ରାପଡ଼ାରୁ ୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ଏବେ କରୋନା ପଜିଟିଭ୍ ସଂଖ୍ୟା ୨୬୦୮ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୪୮୧ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳଏ ଏବେ ବି ୧୧୧୭ ଜଣ ଆକ୍ରାନ୍ତ ଅଛନ୍ତି ବୋଲି ସୂଚନା ରହିଛି।

Comment