ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୮୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ୨୭୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଦେଶରେ ୨ ଲକ୍ଷ ୨୬ ହଜାର ୭୭୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୯ ହଜାର ୪୬୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ଏବେ ବି ୧ ଲକ୍ଷ ୧୦ ହଜାର ୯୬୦ ଜଣ ସକ୍ରିୟ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୭୭,୭୯୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହିତ ସେଠାରେ ୨୭୧୦ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି। ସେହିଭଳି ଗୁଜରାଟରେ ୧୧୫୫, ଦିଲ୍ଲୀରେ ୬୫୦, ମଧ୍ୟପ୍ରଦେଶରେ ୩୭୭ ଜଣ ପ୍ରାଣ ହରାଇଲେଣି।

Comment