ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Aishwarya-Rai-Bachchan

ମିସ୍ ଓ୍ୱାର୍ଲ୍ଡ ଐଶ୍ୱର୍ଯ୍ୟାଙ୍କୁ କିଏ ବା ପସନ୍ଦ ନ କରେ। ନିଜର ସୁନ୍ଦରତାଠାରୁ ଆରମ୍ଭ କରି ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନରେ ଏବେ ବି ରାଜ୍ କରୁଛନ୍ତି ଏହି ନୀଳ ନୟନା। ତେବେ କେବଳ ସୌନ୍ଦର୍ଯ୍ୟ ନୁହେଁ, ନିଜର ଫିଲ୍ମଗୁଡ଼ିକରେ ଭିନ୍ନ ଭିନ୍ନ ଅବତାରରେ ସେ ଦେଇଛନ୍ତି ଫ୍ୟାସନ୍ ଗୋଲ୍। ଟ୍ରାଡିସନାଲ୍ ହେଉ କି ମର୍ଡନ, ସବୁ ପ୍ରକାର ଆଉଟଫିଟରେ ଫରଫେକ୍ଟ ଲାଗନ୍ତି ଐଶ୍ୱର୍ଯ୍ୟା। କିନ୍ତୁ ତିଙ୍କ ଫିଲ୍ମରେ ଏମିତି କିଛି ଖାସ୍ ଆଉଟଫିଟ୍ ଅଛି ଯାହାକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କ ଫିଲ୍ମ କ୍ୟାରିୟର ସହ ବଦଳିଥିବା ଫ୍ୟାସନ୍ ଟ୍ରେଣ୍ଡ୍ ବିଷୟରେ କହିବୁ।

ହମ ଦିଲ୍ ଦେ ଚୁକେ ସନମ୍

nimbuda song

ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ୍’ ରେ ନନ୍ଦିନୀ ଭୂମିକାରେ ସମସ୍ତଙ୍କୁ ହୃଦୟ ଜିତିଥିଲେ ଐଶ୍ୱର୍ଯ୍ୟା। ଏହି ଫିଲ୍ମରେ ତାଙ୍କ ଘାଗରା ଚୋଲିକୁ ମଧ୍ୟ ବେଶ୍ ପସନ୍ଦ କରାଯାଇଥିଲା। କିନ୍ତୁ ‘ନିମ୍ବୁଡ଼ା’ ଗୀତରେ ସେ ପିନ୍ଧିଥିବା ନୀଳ ରଙ୍ଗର ଲେହେଙ୍ଗା ଆଜି ବି ଚର୍ଚ୍ଚାରେ ରହିଛି।

ଦେବଦାସ

dola re song

ଦେବଦାସରେ ଐଶ୍ୱର୍ଯ୍ୟାଙ୍କ ପିନ୍ଧିଥିବା ଶାଢ଼ୀକୁ ବେଶ୍ ପ୍ରଶଂସା  ମିଳିଥିଲା। ହେଲେ ଗୀତ ‘ଡୋଲା ରେ’ ତାଙ୍କ ଧଳା ଓ ଲାଲ୍ ରଙ୍ଗର ଶାଢ଼ି ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। ବହୁଦିନ ଧରି ଏହି ଶାଢ଼ି ମହିଳାମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଟ୍ରେଣ୍ଡରେ ଥିଲା।

ଧୁମ୍ 2

dhoom 2

‘ଧୁମ୍ 2’ ରେ ଐଶ୍ୱର୍ଯ୍ୟାଙ୍କୁ ବିଲକୁଲ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଏତିରେ ତାଙ୍କର ବୋଲ୍ଡ ଲୁକକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ବିକିନି ଠାରୁ ଆରମ୍ଭ କରି ସଟ୍ସ୍ ପର୍ଯ୍ୟନ୍ତ ସବୁରେ ନିଜ ଜଲଓ୍ୱା ଦେଖିଇଥିଲେ ଏହି ଅଭିନେତ୍ରୀ। ତେବେ ଏହି ଫିଲ୍ମରେ ସେ ପିନ୍ଧିଥିବା ଧଳା ସ୍କର୍ଟ ଏବଂ ବ୍ଲୁ ବିକିନି ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା।

ଯୋଦ୍ଧା ଆକବର

jodha akbar

ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ସାହୀ ଆଉଟଫିଟରେ ନଜର ଆସିଥିଲେ। ଯୋଦ୍ଧାଙ୍କ ଭୂମିକାରେ କାରିଗରୀ ଲେହେଙ୍ଗା, ସୁନା ଗହଣା ଆଦିରେ ସେ ବେଶ୍ ସୁନ୍ଦର ଲାଗୁଥିଲେ। ତେବେ ତାଙ୍କର ଏହି ଆଉଟଫିଟ୍ ମଧ୍ୟ ଫ୍ୟାସନ୍ ଟ୍ରେଣ୍ଡକୁ ବଦଳାଇଦେଇଥିଲା। ଏହି ଫିଲ୍ମରେ ତାଙ୍କ ଗେଟଅପକୁ ଦୁଲହନ ଫ୍ୟାସନ୍ ଭାବେ ବେଶ୍ ଫଲୋ କରାଯାଇଥିଲା।

ଏ ଦିଲ୍ ହେ ମୁସ୍କିଲ୍

aie dil hai muskil

କିଛି ସମୟ ଅନ୍ତରାଳରେ ଏ ଦିଲ୍ ହେ ମୁସ୍କିଲ୍ ଫିଲ୍ମ ଜରିଆରେ ପୁଣି ବଲିଉଡକୁ ଫେରିଥିଲେ ଐଶ୍ୱର୍ଯ୍ୟା। ଏଥିରେ ତାଙ୍କର ଗ୍ଲାମରସ୍ ଲୁକ୍ ସମସ୍ତଙ୍କୁ ପାଗଳ କରିଥିଲା। ଏହି ଫିଲ୍ମରେ ସେ ବହୁ ସୁନ୍ଦର ଡିଜାଇନର ମର୍ଡନ ଆଉଟଫିଟରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ପିନ୍ଧିଥିବା ଲମ୍ବା କଳା କୋର୍ଟ ସହ ଷ୍ଟାଇଲିସ୍ ଆଉଟଫିଟ୍ ବେଶ୍ ଚର୍ଚ୍ଚାରେ ରହିଥିଲା।

Comment