ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଚେଜ କମିଟି ମୁଖ୍ୟ ପଦରୁ ହଟିଲେ ହେମନ୍ତ ଶର୍ମା। କୋଭିଡ କିଟ୍‌ ବିବାଦ ଜୋର ଧରିବା ପରେ ଏବେ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି ଦେଇଛନ୍ତି ସରକାର। ବାହାରୁ କୋଭିଡ କିଟ୍‌ ଅର୍ଡର ଦିଆଯାଇଥିଲେ ମଧ୍ୟ ତାକୁ ଗ୍ରହଣ କରାଯାଇନଥିଲା। ଯେଉଁଥିପାଇଁ ସରକାର ଚିନ୍ତାରେ ପଡ଼ିଥିଲେ।

କିଛି ଦିନ ପୂର୍ବେ ଅନ୍ୟ ରାଜ୍ୟରୁ କରୋନା ମୁକାବିଲା ପାଇଁ ରାଜ୍ୟକୁ କୋଭିଡ କିଟ ଆସିଥିଲା। ହେଲେ ରାଜ୍ୟ ସରକାର ଏହାକୁ ରଖିବାକୁ ମନା କରି ଦେଇଥିଲେ। ପରେ ୨ ଟ୍ରକ ମାସ୍କ, ୨ ଟ୍ରକ ସାନିଟାଇଜର ଓ ୧ ଟ୍ରକ ଭେଣ୍ଟିଲେଟର ଫେରାଇ ଦେଇଥିଲେ ଓ ୨୯ଟି ଟ୍ରକ ଗ୍ରହଣ କରିଥିଲେ।

ଏହାଛଡ଼ା ଏକା ପ୍ରକାର ଜିନିଷକୁ ବିଭିନ୍ନ ଫାର୍ମରୁ ବଜାର ଦରଠାରୁ ଅଧିକ ମୂଲ୍ୟରେ କିଣା ଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ବାରମ୍ଵାର ଟାର୍ଗେଟ କରିଥିଲେ ବିଜେପି ଓ କଂଗ୍ରେସ। ଏହାପରେ ରାଜ୍ୟ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Comment