ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୧୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ୧,୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୧୨୩ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୨, ନୂଆପଡ଼ା ଓ ବଲାଙ୍ଗିରରୁ ୧୪ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫, କେନ୍ଦ୍ରାପଡ଼ାରୁ ୪, ବାଲେଶ୍ଵର, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଅନୁଗୁଳ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ରାଜ୍ୟରେ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୪ ଜଣ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି। ଏହାସହ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୦୮ରେ ପହଞ୍ଚିଛି। ସେହିପରି ୧,୬୦୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯୯୪ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

Comment