ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୫ରେ ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ର ମୁନି ସମସ୍ତଙ୍କର ନିଶ୍ଚୟ ମନେ ଥିବେ। ଏହାରି ମଧ୍ୟରେ ଫିଲ୍ମ ରିଲିଜକୁ ୫ ବର୍ଷ ବିତିଲାଣି। ଏହି ୫ ବର୍ଷରେ ମୁନି ବହୁତ ବଦଳିଯାଇଛନ୍ତି।

ଯାହାକୁ ସମସ୍ତେ ମୁନି ନାଁରେ ଜାଣନ୍ତି ପ୍ରକୃତରେ ତାଙ୍କ ନାଁ ହର୍ଷଲି ମଲହୋତ୍ରା। ୨୦୦୮, ଜୁନ ୩ରେ ତାଙ୍କର ଜନ୍ମ। ଏବେ ତାଙ୍କ ବୟସ ୧୨ ବର୍ଷ।

ବଜରଙ୍ଗୀ ଭାଇଜାନରେ ସଲମାନଙ୍କ ପରେ ମୁନି ଅର୍ଥାତ ହର୍ଷଲିଙ୍କର ମୁଖ୍ୟ ଚରିତ୍ର ଥିଲା। ସେ ହିଁ ଫିଲ୍ମର କେନ୍ଦ୍ରବିନ୍ଦୁ ଥିଲେ। ଏହି ଫିଲ୍ମରେ ଗୁଙ୍ଗି ଝିଅ ଚରିତ୍ରରେ ଅଭିନୟ କରିଥିଲେ।

ହର୍ଷଲି ଫିଲ୍ମ ବ୍ୟତୀତ କିଛି ଟିଭି ସିରିଏଲରେ ବି କାମ କରିଛନ୍ତି। ଅଭିନୟ ଛଡ଼ା ସେ ଗୀତ ମଧ୍ୟ ଗାଆନ୍ତି। ସୁପରଷ୍ଟାର ହେବାକୁ ଲକ୍ଷ୍ୟ ରଖିଥିବା ହର୍ଷଲି ଇନଷ୍ଟଗ୍ରାମରେ ବେଶ୍‌ ଆକ୍ଟିଭ୍‌ ଥାଆନ୍ତି।

Comment