ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ଗର୍ଭବତୀ ହାତୀକୁ ବିସ୍ଫୋରକ ଦେଇ ହତ୍ୟା କରିବା ଘଟଣାକୁ ନେଇ ସାରାଦେଶରେ ବିରୋଧ ଜାରି ରହିଛି। ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଖୁବଶୀଘ୍ର ଅନ୍ୟମାନଙ୍କୁ ପୋଲିସ ଧରିବାରେ ସଫଳ ହେବ ବୋଲି କେରଳର ଜଙ୍ଗଲ ମନ୍ତ୍ରୀ କେ ରାଜୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେରଳ ପୋଲିସ ଏବଂ ବନ ବିଭାଗର କ୍ରାଇମ ବ୍ରାଞ୍ଚର ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ଖୁବଶୀଘ୍ର ଦୋଷୀଙ୍କୁ ଦଣ୍ଡ ମିଳିବ।

ହାତୀ ହତ୍ୟା ମେ’ ୨୫ର ଘଟଣା। ହାତୀଟି ଖାଦ୍ୟ ଅନ୍ୱେଷଣରେ ପାଖ ଜଙ୍ଗଲରୁ ଗାଁ ଆଡ଼କୁ ଆସି ଯାଇଥିଲା। କିଛି ଲୋକେ ହାତୀକୁ ଖାଦ୍ୟ ଦେବା ବାହାନାରେ ସପୁରିରେ ବିସ୍ଫୋରକ ଭର୍ତ୍ତି କରି ଦେଇଥିଲେ।

ଯାହାକୁ ଖାଇବା ବେଳେ ହାତୀର ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ହାତୀକୁ ଗଭୀର ଆଘାତ ଲାଗିଥିଲା। ଯନ୍ତ୍ରଣାରୁ ବଞ୍ଚିବା ପାଇଁ ପାଖରେ ଥିବା ଏକ ନଦୀରେ ୩ ଦିନ ବୁଡ଼ି ରହିଥିଲା ହାତୀ। ହେଲେ ତାକୁ ସେଠାରୁ କେହି ଉଦ୍ଧାର କରିନଥିଲେ। ଫଳରେ ଶନବିାର ଦିନ ହାତୀର ମୃତ୍ୟୁ ଘଟିଥିଲା।

Comment