ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାବା ଅମରନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର। ବର୍ଷକର ଅପେକ୍ଷା ପରେ ଖୁବଶୀଘ୍ର ଏବର୍ଷର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥର ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ  ଅଗଷ୍ଟ ୩, ରାକ୍ଷୀ ପୁର୍ଣ୍ଣିମା ଦିନ ଶେଷ ହେବ। ଏନେଇ ଶ୍ରୀଅମରନାଥ ସ୍ରାଇନ ବୋର୍ଡ ନିଷ୍ପତ୍ତି ନେଇଛି। ଏ ବର୍ଷ ଯାତ୍ରାର ଅବଧି ମାତ୍ର ୧୪ ଦିନ ରହିବ।

କେବଳ ଏତିକି ନୁହେଁ, ଯାତ୍ରା କରିବାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ବୟସ ସୀମା ମଧ୍ୟ ବୋର୍ଡ ସ୍ଥିର କରିଛି। ସାଧୁମାନଙ୍କୁ ଛାଡି, ଯାତ୍ରାରେ ଯାଉଥିବା ଅନ୍ୟ ତୀର୍ଥଯାତ୍ରୀଙ୍କ ବୟସ ୫୫ ବର୍ଷରୁ କମ୍ ସ୍ଥିର ହୋଇଛି।  ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ ୧୯ ପରୀକ୍ଷା ସାର୍ଟିଫିକେଟ୍ ରହିବା ମଧ୍ୟ ବାଧ୍ୟତାମୂଳକ।

ସମୁଦ୍ର ପତ୍ତନଠାରୁ ପ୍ରାୟ ୩୮୮୮ ମିଟର ଉଚ୍ଚରେ ଅବସ୍ଥିତ ଶ୍ରୀ ଅମରନାଥଙ୍କ ବାର୍ଷିକ ତୀର୍ଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା। ଏ ବର୍ଷ କରୋନା ମହାମାରୀ ଥିବାରୁ ଦେଶବାସୀ ଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହରେ ଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି।

Comment