ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଗ୍ଲାମର ଦୁନିଆରେ ସବୁବେଳେ କିଛି ନା କିଛି ନୂଆ ଟ୍ରେଣ୍ଡ ଚାଲିଥାଏ। ତାହା ଲୁକ୍‌କୁ ନେଇ ହେଉ କି ଫ୍ୟାଶନ କିମ୍ବା ରିଲେସନସିପ୍‌। ତେବେ ଆପଣ ଯଦି ଲକ୍ଷ୍ୟ କରିଥିବେ ତେବେ ନିଶ୍ଚୟ ଜାଣିଥିବେ ଯେ ଏବେ ଗ୍ଲାମର ଦୁନିଆରେ ଏକ ନୂଆ ଟ୍ରେଣ୍ଡ ଚାଲିଛି। ତାହା ହେଲା ବିନା ବିବାହରେ ମା’ ହେବା। ଆସନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କୁ ଯିଏ ବିବାହ ନକରି ମା’ ହୋଇଛନ୍ତି।

କାଲ୍କି

ଅଭିନେତ୍ରୀ କାଲ୍କି ଚଳିତ ବର୍ଷ ଫେବ୍ରୁଆରିରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ବୟଫ୍ରେଣ୍ଡଙ୍କ ନାଁ ନାମ ଗାଏ ହର୍ସବର୍ଗ, ଯିଏ ଜଣେ ଇସ୍ରାଏଲ୍ ସଙ୍ଗୀତଜ୍ଞ। କିନ୍ତୁ ଉଭୟଙ୍କର ବିବାହ ହୋଇଛି। କାଲ୍କି ପୂର୍ବରୁ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ୨୦୧୫ରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା।

ଆମି ଜ୍ୟାକସନ

ଅନେକ ଦକ୍ଷିଣ ଭାରତୀୟ ଏବଂ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ଆମି ଜ୍ୟାକସନ  ଅଂଶ ହୋଇଥିବା ଆମି ଜ୍ୟାକସନ ହୋଟେଲିୟର ଜର୍ଜ ପାନାୟୋଟୋଙ୍କ ସହ ରିଲେସନସିପରେ ଅଛନ୍ତି। ଦୁହେଁ ୨୦୧୯ରେ ନିର୍ବନ୍ଧ କରିଥିଲେ। ୨୦୧୯, ସେପ୍ଟେମ୍ବରରେ ଆମି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆମି ଏଯାଏଁ କିନ୍ତୁ ବିବାହ କରିନାହାନ୍ତି।

ନୀନା ଗୁପ୍ତା

ଭେଟେରାନ ଅଭିନେତ୍ରୀ ନୀନା ଗୁପ୍ତା ଓ୍ୱେଷ୍ଟଇଣ୍ଡିଜ୍‌ କ୍ରିକେଟର ଭିଭିଆନ୍ ରିଚାର୍ଡଙ୍କ ସହ ସମ୍ପର୍କରେ ଥିଲେ। ଉଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲାଃ ତାଙ୍କ ମାସାବା ଗୁପ୍ତା। କିନ୍ତୁ ନୀନା ଏବଂ ରିଚାର୍ଡ କେବେ ବି ବିବାହ କରିନାହାଁନ୍ତି |

Comment