ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ, ଦକ୍ଷିଣ ଚୀନ ସାଗର ଓ ହଙ୍ଗକଙ୍ଗକୁ ନେଇ ଏବେ ଚୀନ ପୂରା ବିଶ୍ୱର ଟାର୍ଗେଟରେ। ଏଣେ ଲଦାଖରେ ଚୀନ ଓ ଭାରତ ମଧ୍ୟରେ ଦେଖାଦେଇଥିବା ଟେନସନ ଉପରେ ମଧ୍ୟ ସମଗ୍ର ବିଶ୍ୱର ଆଖି। ଏହି ପରିସ୍ଥିତିରେ ଆମେରିକା ସମେତ ୮ଟି ଦେଶ ଚୀନ ବିରୋଧରେ ଏକ  ମେଣ୍ଟ ଗଠନ  କରିଛନ୍ତି। ବିଶ୍ୱ ବ୍ୟାପାର ବଣିଜ ଓ ମାନବିକ ଅଧିକାର ପାଇଁ ଚୀନ ଅତ୍ୟନ୍ତ ବିପଦ ବୋଲି ଏହି ରାଷ୍ଟ୍ରଗୁଡ଼ିକ ବିବେଚନା କରିୁଛନ୍ତି। ଏହି ଆଲାଏନ୍ସକୁ କୁହାଯାଉଛି ଆଇପାକ ବା ଇଣ୍ଟର ପାର୍ଲାମେଂଟାରୀ ଆଲାଏନ୍ସ ଅନ ଚାଇନା।

ମଜା କଥା ହେଲା, ଏହି ମେଣ୍ଟକୁ ଚୀନ ଜାଲ ବା ‘ଫେକ’ ବୋଲି କହିଛି। ଚୀନ କହିଛି ବିଂଶ ଶତାବ୍ଦୀରେ ଯେମିତି ତାକୁ ହରକତ କରାଯାଇଥିଲା ସେହି ପରିସ୍ଥିତି ଆଉ ନାହିଁ। ଖାଲି ସେତିକି ନୁହେଁ, ଚୀନ ଏକଥା ମଧ୍ୟ କହିଛି ଯେ ପଶ୍ଚିମର ରାଷ୍ଟ୍ର ନେତାମାନେ ଶୀତଳ ଯୁଦ୍ଧ ସମୟର ଚିନ୍ତାଧାରାରୁ ଓହରି ଆସିବା ଦରକାର।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଶୁକ୍ରବାର ଦିନ ଆଇପାକକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି। ଏହି ମେଣ୍ଟରେ ଆମେରିକା, ଜର୍ମାନୀ, ବ୍ରିଟେନ, ଜାପାନ, ଅଷ୍ଟ୍ରେଲିଆ, କାନାଡା, ସୁଇଡେନ, ନରୱେ ଓ ୟୁରୋପିଅନ ୟୁନିଅନ ରହିଛନ୍ତି। ଏହି ଆଲାଏନ୍ସ ଗଠନର ଉଦ୍ଦେଶ୍ୟ ହେଉଛି ଚୀନ ସମ୍ବନ୍ଧିତ ପ୍ରସଙ୍ଗରେ ସକ୍ରିୟ ରହିବା ସହ ଉପଯୁକ୍ତ ରଣନୀତି ଆପଣେଇବା।

ଏହି ମେଣ୍ଟ ବିରୋଧରେ କହିବାକୁ ଯାଇ ଚୀନ କହିଛି ଯେ, ନିଜ ସ୍ୱାର୍ଥ ହାସଲ ପାଇଁ ଆମେ ଯେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବୁ।

Comment