ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ କ୍ରିକେଟ ଟିମ୍‌ରେ ଦ୍ଵିତାୟ ରାହୁଲ ଦ୍ରାବିଡ ଭାବେ ପରିଚିତ ଆଜିଙ୍କ୍ୟ ରାହାଣେ। ଆଜି ତାଙ୍କ ଜନ୍ମ ଦିନ। ତାଙ୍କୁ ଆଜି ୩୨ ବର୍ଷ ହୋଇଛି। ୧୯୮୮ ମସିହା ଆଜିର ଦିନରେ ସେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା।

ସବୁ ସଫଳ ମଣିଷଙ୍କ ପଛରେ ସେମାନଙ୍କ ମା’ଙ୍କ ହାତ ନିଶ୍ଚୟ ରହିଥାଏ। ତେବେ ରାହାଣେ ମଧ୍ୟ ସେହି ସଫଳ ବ୍ୟକ୍ତିତ୍ଵ ମଧ୍ୟରୁ ଜଣେ, ଯାହାଙ୍କ ସଫଳତା ପଛରେ ତାଙ୍କ ମା’ଙ୍କ ହାତ ରହିଛି।

ପ୍ରାକ୍ଟିସ ପାଇଁ ରାହାଣେଙ୍କ ତାଙ୍କ ମା’ ଚାଲୁଥିଲେ ୨ କିଲୋମିଟର

ଆଜିଙ୍କ୍ୟ ରାହାଣେଙ୍କ କ୍ରିକେଟ କ୍ୟାମ୍ପ ବେଳେ ତାଙ୍କ ସହ ତାଙ୍କ ମା’ ୨ କିଲୋମିଟର ଚାଲିକି ଯାଆନ୍ତି। ତାଙ୍କ ମା’ ସାଙ୍ଗରେ ରାହାଣେଙ୍କ ସାନ ଭାଇକୁ ମଧ୍ୟ ଆଣିଥାନ୍ତି। କ୍ୟାମ୍ପରେ ରାହାଣେ କ୍ରିକେଟ ପ୍ରାକ୍ଟିସ କରନ୍ତି। ତାଙ୍କ ମା’ ସେଠାରେ ତାଙ୍କୁ ଅପେକ୍ଷା କରନ୍ତି। ପରେ ପ୍ରାକ୍ଟିସ ସେଷ ହାବ ପରେ ୩ ଜଣ ମିଶି ଘରକୁ ଫେରନ୍ତି।

ବାପା ଚାହୁଁଥିଲେ ରାହାଣେଙ୍କୁ କ୍ରିକେଟରୁ ଦୂରରେ ରଖିବାକୁ

ବର୍ତ୍ତମାନ ଭାରତୀୟ ଟିମ୍‌ର ଏହି ସଫଳ କ୍ରିକେଟରଙ୍କୁ ଦିନେ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା। ଏଥିପାଇଁ ତାଙ୍କ ବାପା ତାଙ୍କୁ କ୍ରିକେଟ ଖେଳିବାକୁ ମନା କରିଥିଲେ। ହେଲେ ତାଙ୍କ ମା’ ତାଙ୍କୁ ସମର୍ଥ କରିଥିଲେ। ତାଙ୍କର ବିଶ୍ଵାସ ଥିଲା ଯେ ତାଙ୍କ ପୁଅ ଦିନେ ଭଲ କ୍ରିକେଟର ହୋଇପାରିବେ।

କ୍ରିକେଟ କ୍ୟାରିୟର

ବିସିସିଆଇ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କୁ ଅର୍ଜୁନ ପୁରସ୍କାର ଦେବାକୁ ସୁପାରିଶ କରିଛି। ତାଙ୍କ କ୍ୟାରିୟରରେ ସେ ଏଯାଏଁ ୨୨ ଟେଷ୍ଟ ମ୍ୟାଚ ଖେଳି ୧,୬୧୯ ରନ୍‌ କରିଛନ୍ତି। ଏଥିରେ ୬ଟି ଶତକ କରିଛନ୍ତି। ସେହିପରି ୬୬ ଦିନିକିଆ ମ୍ୟାଚ ଖେଳି ୨,୦୯୧ ରନ୍‌ କରିଛନ୍ତି, ଯେଉଁଥିରେ ୨ଟି ଶତକ ରହିଛି। ୧୪୧ ଟି-୨୦ ଖେଳି ୩,୬୭୧ ରନ୍‌ କରି ସାରିଛନ୍ତି।

Comment