ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଜୁନ୍‌ ୧୦ ତାରିଖରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣିପାରେ ବୋଲି କୁହାଯାଉଛି।

ମୌସୁମୀ ବାୟୁ ଜୁନ୍‌ ପହିଲାରେ କେରଳ ଛୁଇଁଥିଲା। ଜୁନ୍‌ ୧୦ ତାରିଖ ଭିତରେ ମୌସୁମୀ ବାୟୂ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଇଥିଲା। ଏବେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ଫଳରେ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଥିଲା। କିନ୍ତୁ ୮ ତାରିଖରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି।

ଆଜି ବାଲେଶ୍ୱର, କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ରେମୁଣାରେ ସର୍ବାଧିକ ୩ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା ତିଗିରିଆରେ ମଧ୍ୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

Comment