ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ରବିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୨ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟରେ ଜଣେ ୮ ବର୍ଷର ଝିଅ ମଧ୍ୟ ସାମିଲ ଅଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଭୁବନେଶ୍ୱର ପଟିଆ ଅଞ୍ଚଳର ଏହି ୪୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପରିବାରର ଜଣେ ୮ ବର୍ଷର ଝିଅ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏମାନେ ନିକଟରେ ଦିଲ୍ଲୀରେ ଫେରିଥିବା ସୂଚନା ରହିଛି।

ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ସେଥିମଧ୍ୟରୁ ୫୧ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜଧାନୀରେ ୩୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

Comment