ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବାସୀଙ୍କ ଜୀବନ ଜୀବିକା ପାଇଁ ଏକ ବଡ଼ ଧରଣର ପ୍ଲାନ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୬ଟି ରାଜ୍ୟର ୧୧୬ ଟି ଜିଲ୍ଲାକୁ ଚିହ୍ନଟ କରି ସେଠାରେ ସରକାରଙ୍କ ପ୍ରତିଟି ସୁବିଧା ପହଞ୍ଚାଇବାକୁ କାମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।

ଲକଡାଉନ୍ କାରଣରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିଥିଲେ। ନିଜ ରାଜ୍ୟକୁ ଫେରିବା ପରେ ଏବେ ସେମାନେ ଜୀବିକା ପାଇଁ ପାଇଁ ଡହଳ ବିକଳ ହେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ମନରେଗା, ସ୍କିଲ୍ ଇଣ୍ଡିଆ, ଜନଧନ ଯୋଜନା, କିଷାନ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଏଏମ୍ ଆବାସ ଯୋଜନାରେ ଏହି ପ୍ରବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବାକୁ କାମ ଆରମ୍ଭ କରିଛନ୍ତି। ଏଥିସହିତ ସେମାନଙ୍କୁ ପ୍ରତିଦିନ କାମ ମଧ୍ୟ ଯୋଗାଇଦେବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।ଏହି ୧୧୬ଟି ଜିଲ୍ଲା ମଧ୍ୟରୁ ବିହାରର ୩୨ଟି ଜିଲ୍ଲା ରହିଥିବାବେଳେ ଉତ୍ତରପ୍ରଦେଶର ୩୧, ମଧ୍ୟପ୍ରଦେଶର ୨୪, ରାଜସ୍ଥାନର ୨୨, ଝାଡ଼ଖଣ୍ଡର ୩  ଏବଂ ଓଡ଼ିଶାର ୪ ଟି ଜିଲ୍ଲା ସାମିଲ ଅଛି। କେନ୍ଦ୍ର ସରକାର ଦୁଇ ସପ୍ତାହ ମଧ୍ୟରେ ପ୍ଲାନ ପ୍ରସ୍ତୁତ କରି ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିବାକୁ ମନ୍ତ୍ରାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

Comment