ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ତରଫରୁ ପୁନେରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ‘ନିଜ ସୁରକ୍ଷା ନିଜ ହାତରେ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ସ୍ଥାନୀୟ ଲୋକ ଓ ୧୦୦ରୁ ଅଧିକ ଶିଶୁ ଯୋଗ ଦେଇଥିଲେ।

ଏଥିରେ କରୋନାରୁ ରକ୍ଷା ପାଇବା ଉପରେ ପ୍ରାଥମିକ ସଚେତନତା ସହିତ ପ୍ରାଥମିକତା ଉପଚାର ଉପରେ ଜନ ସଚେତନତା କରାଯାଇଥିଲା। ଏହାସହ ଉପସ୍ଥିତ ୫୦୦ ଲୋକଙ୍କୁ କୋଭିଡ କିଟ୍‌ ବଣ୍ଟନ କରାଯାଇଥିଲା। ଏହି କିଟ୍‌ରେ ସାନିଟାଇଜର, ଡେଟଲ ସାବୁନ, ୨ଟି ମାସ୍କ ରହିଥିଲା।

ଛୋଟ ପିଲାମାନଙ୍କୁ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଖାଇବା ପୂର୍ବରୁ ଠିକ ଭାବେ ହାତ ଧୋଇବା, ସର୍ବଦା ମାସ୍କ ଲଗେଇବା, ସାନିଟାଇଜର ଲଗେଇବା, ବିନା କାରଣରେ ଘରୁ ନବାହାରିବା ପାଇଁ ସଚେତନ କରାଯାଇଥିଲା। ଶେଷରେ ପିଲାମାନଙ୍କୁ କରୋନା ସଚେତନତା ବାର୍ତ୍ତା ଶୁଣିବା ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ତରଫରୁ ପିଲାମାନଙ୍କୁ ବିସ୍କୁଟ ଓ କଦଳୀ ବଣ୍ଟା ଯାଇଥିଲା।

ଏହି ଜନ ସଚେତନତା କାର୍ଯ୍ୟରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ୍‌ର ସଂଯୋଜକ ସୌମ୍ୟ ରଞ୍ଜନ ମହାପାତ୍ର, ପ୍ରମୁଖ ସଦସ୍ୟ ଜନ୍ମେଜୟ ବିଶ୍ୱାଳ, ଆନନ୍ଦ ମହାପାତ୍ର, ବିଜୟ ବେହେରା, ଶତାବ୍ଦୀ ମହାନ୍ତି, ଜ୍ୟୋତିରଞ୍ଜନ ପଣ୍ଡା, ଉଲାସ କୁମାର ଦାସ, ଆଞ୍ଜୁ କୁମାରୀ ଓ ହାପି, ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିଲେ।

Comment