ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଡାକ୍ତର ଦମ୍ପତ୍ତି। ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାର ଡ୍ୟୁଟି କରୁଥିବା ଏହି ଡାକ୍ତର ଦମ୍ପତ୍ତି ବିବାହ ପରଠୁ କରୋନା ପାଇଁ ନିଜକୁ ସମର୍ପି ଦେଇଛନ୍ତି।

୪ ମାସ ପୂର୍ବରୁ ବାହାଘର ହୋଇଥିଲା। ଅନ୍ୟ ନବ ବିବାହିତ ଦମ୍ପତିଙ୍କ ପରି ସେମାନେ ମଧ୍ୟ କୁଆଡ଼େ ବାହାରେ ବୁଲାବୁଲି କରବାକୁ ଯୋଜନା କରୁଥିଲେ। କାମରୁ ବ୍ରେକ ନେଇ ପରସ୍ପର ସହିତ ସମୟ ବିତାଇବାକୁ ଚାହୁଁଥିଲେ। ସେହି ସମୟରେ ଦେଶରେ କରୋନା ହଠାତ୍ ଏଣ୍ଟ୍ରି ମାରିଲା। ସବୁକିଛି ଓଲଟ ପାଲଟ କରି ଦେଲା। ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଇଶାନ ଓ ଡାକ୍ତର ରଶ୍ମୀ ପିପିଇ କିଟ୍ ପିନ୍ଧି ତାଙ୍କ କାମ ପାଇଁ ପ୍ରସ୍ତୁତ ହେଲେ। କରୋନା ଯୁଦ୍ଧରେ ଯାଦ୍ଧା ସାଜିଲେ।  ଏହି ଚ୍ୟାଲେଞ୍ଜିଂ ଏବଂ ବିପଦପୂର୍ଣ୍ଣ ପରିସ୍ଥିତିରେ ଉଭୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ତାଙ୍କର ବିଶ୍ୱାସ ଯେ ପରିସ୍ଥିତି ସୁଧୁରିଯିବ।

ଡାକ୍ତର ଇଶାନ ରୋହତଗୀ ଓ ଡାକ୍ତର ରଶ୍ମୀ ମିଶ୍ରା ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନା ମେଡିସନ୍‌ ଡିପାର୍ଟମେଣ୍ଟର ସିନିୟର ହୋଇଥିବାରୁ ଡାକ୍ତର ଦମ୍ପତ୍ତି କୋଭିଡ ୧୯  ରୋଗୀଙ୍କର ଚିକିତ୍ସା କରୁଛନ୍ତି।

ଡାକ୍ତରଖାନାରେ ଇଶାନ ଓ ରଶ୍ମୀ ପରସ୍ପରଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ ବି କରୁଛନ୍ତି। ଡାକ୍ତରମାନେ ନିଜର ସୁରକ୍ଷା ପାଇଁ ପିପିଇ କିଟ୍‌ ପନ୍ଧିଥାନ୍ତି। ଏହାକୁ ଅତି ସତର୍କତାର ସହିତ ପିନ୍ଧିବାକୁ ପଡ଼ିଥାଏ। ଏହି କାର୍ଯ୍ୟରେ ମଧ୍ୟ ଇଶାନ ଓ ରଶ୍ମୀ ପରସ୍ପରକୁ ସାହାଯ୍ୟ କରୁଛନ୍ତି।

ଭାରତର ସବୁଠୁ ବଡ଼ କୋଭିଡ -୧୯ ଡାକ୍ତରଖାନାରେ କାମ କରୁଥିବାରୁ ରଶ୍ମୀ ଏବଂ ଇଶାନଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି।ଯାହାଫଳରେ ସେମାନେ ଏବେ ପରିବାରଠାରୁ ଦୂରରେ ଏକ ଗେଷ୍ଟ ହାଉସରେ ରହୁଛନ୍ତି।

ପରସ୍ପର ନିଜର ଡାଏଟ୍‌ ଓ ସ୍ୱାସ୍ଥ୍ୟ ପ୍ରତି ପୂର୍ବ ଅପେକ୍ଷା ଅଧିକ ଯତ୍ନବାନ ହୋଇଛନ୍ତି ବୋଲି ଡାକ୍ତର ଦମ୍ପତ୍ତି କହିଛନ୍ତି। କରୋନାକୁ ନେଇ  ଡାକ୍ତର ଇଶାନ କହନ୍ତି ‘‘ଯେତେବେଳେ ଡାକ୍ତରଖାନାରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇଯାଏ, ଏ କଥା ପରିବାର ଲୋକଙ୍କୁ ଜଣାଇବା ଭାରି ଜଟିଳ ହୋଇଥାଏ।’’

Comment